ଏରସମା, 21/04/2025, ଉତ୍କଳ voice news - utkalvoicenews.com

ଏରସମା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାଲିତୁଠର ଗଣିତ ଶିକ୍ଷକ ଆଶାଲତା ବେହେରାଙ୍କୁ ମହାବୀର ଉଚ୍ଚ ବିଦ୍ୟାଳୟ ମଧ୍ୟ ଶାସନ କନ୍ଦରପୁରୁକୁ ଡେପୁଟେସନ୍ ରେ ବଦଳି କରାଯିବାରୁ ବାଲିତୁଠ ପଞ୍ଚାୟତ ସରପଞ୍ଚ,ଏରସମା ବ୍ଲକ ଉପାଧ୍ୟକ୍ଷ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି, ପରିଚାଳନା କମିଟିର ମେମ୍ବରମାନେ , ଅଭିଭାବକ ମାନଙ୍କ ସହିତ ସ୍କୁଲର ଛାତ୍ରଛାତ୍ରୀ ମାନେ ଦୁଇ ଘଣ୍ଟା ଧରି ସ୍କୁଲ ପରିସରରେ ଧାରଣାରେ ବସିଥିଲେ। ଏରସମା ବ୍ଲକ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ ସ୍କୁଲ ନିକଟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ କ୍ଲାସକୁ ଯିବାକୁ କହିଥିଲେ। ଛାତ୍ରଛାତ୍ରୀ ମାନେ ଏକାଜିଦ୍ ଧରିଥିଲେ ଆମର ଗଣିତ ଶିକ୍ଷକ ନ ଆସିବା ଯାଗେ କ୍ଲାସକୁ ଯିବୁ ନାହିଁ କି ମଧ୍ୟାହ୍ନ ଭୋଜନ ଖାଇବୁ ନାହିଁ।ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ନ ଖାଇକିରି ଘରକୁ ଫେରି ଯାଇଛନ୍ତି। ନବମ ଓ ଦଶମ ଶ୍ରେଣୀରେ ୨୨୦ ଜଣ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ଯୋଗୁଁ ଯଥାଶୀଘ୍ର ନୂତନ ଗଣିତ ଶିକ୍ଷକଙ୍କୁ ନିଯୁକ୍ତି ଦେବାପାଇଁ ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବାଲିତୁଠ ପଞ୍ଚାୟତ ପୃର୍ବତନ ସମିତି ସଭ୍ୟ ପ୍ରକାଶ ପରିଡ଼ା,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର ରାଉତ, ସଦସ୍ୟ ରମାକାନ୍ତ ପରିଡ଼ା, ପଞ୍ଚଶଖା ଶିକ୍ଷାସେତୁ କମିଟିର ସଦସ୍ୟ ଶିଶିର ରଞ୍ଜନ ଦାଶ,ଅଭିଭାବକ ଶିବ ଦାସ, ସମୀର ଦାସ, ଦେବଦତ୍ତ ସାମନ୍ତରାୟ, ରବିନ୍ଦ୍ର ନାଥ ବେହେରା, ଜ୍ୟୋତ୍ସ୍ନା ବେଜ, ପ୍ରଣତି ମଲ୍ଲିକଙ୍କ ସମେତ ବାଲିତୁଠ ପଞ୍ଚାୟତର ସମସ୍ତ ଅଭିଭାବକ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁର ଜିଲ୍ଲା ଡିଇଓ ନିରଞ୍ଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
