ଏରସମା, 22/04/2025, ଉତ୍କଳ voice news - utkalvoicenews.com
ଏରସମାର ସଂଗ୍ରାମୀ ମାଟି ସିହାଠାରେ ଓଡ଼ିଆ ନବବର୍ଷ ଉପଲକ୍ଷେ ଚଳିତ ବର୍ଷ ପ୍ରଥମ ମହୋତ୍ସବ ଦୁଇଦିନ ବ୍ୟାପୀ ପାଳନ କରାଯାଇଥିବାବେଳେ ପ୍ରଥମ ଦିବସରେ ମହିମା ସ୍ବାଇଁଙ୍କ ତତ୍ୱାବଧାନ ଓ ଶିକ୍ଷାବିତ ଲୋକନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଏରସମା ବ୍ଲକ ଚେୟାରମ୍ୟାନ ଲକ୍ଷ୍ମୀପ୍ରିୟା ମହାପାତ୍ର, ମୁଖ୍ୟ ବକ୍ତା ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଦୀପ୍ତି ରଞ୍ଜନ କୁଅଁର, ବାଲିକୁଦା ଏରସମା ଯୁବନେତା ପାର୍ଥସାରଥୀ ରାଉତ, କ୍ଲବ ସଭାପତି ରଞ୍ଜନ କୁମାର ଜେନା, କ୍ଲବ ସମ୍ପାଦକ ସୁଶାନ୍ତ କୁମାର ସ୍ୱାଇଁ, ମନ୍ଦିର ଟ୍ରଷ୍ଟି ଆଶିଷ କୁମାର ସ୍ୱାଇଁ, ଯୋଗ ଦେଇଥିବାବେଳେ ଦ୍ଵିତୀୟ ସନ୍ଧ୍ୟାରେ ଆଞ୍ଚଳିକ ପୂଜ୍ୟାପୂଜା ଚାରିଟେବଲ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ସଭାପତିତ୍ୱରେ ସତ୍ୟ ସାରଥୀ ମହାନ୍ତି ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଅକ୍ଷୟ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ନୃସିଂହ ଚରଣ ସାହୁ, ନିରାକାର ସ୍ୱାଇଁ, ସୁମନ ଖଟୁଆ, ନେତ୍ରାନନ୍ଦ ବେହେରା, ଚନ୍ଦନ ମଲିକ, ଆଶିଷ କୁମାର ସ୍ୱାଇଁ, ଶଙ୍କର ସେଠି ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ଆଶିଷ କୁମାର ସ୍ୱାଇଁ, ରଞ୍ଜନ କୁମାର ଜେନା ଓ ସୁଶାନ୍ତ କୁମାର ସ୍ବାଇଁକୁ ସମ୍ବର୍ଦ୍ଧିତ କରାଯାଇଥିଲା l