ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା,ସନ୍ତୋଷୀ ଜରାଶ୍ରମ,ପାରାଦୀପ ରେ ପୁଅର ଜନ୍ମଦିନ ପାଳନ କଲେ ବାପା,ମା

ପାରାଦୀପ, 22/04/2025, ଉତ୍କଳ voice news - utkalvoicenews.com
Article Image
ଆଜିର ଆଧୁନିକ ଯୁଗରେ ଯୁବପିଢ଼ି ମାନେ ନିଜର ପିତାମାତାଙ୍କ ପ୍ରତି ଥିବା କର୍ତ୍ତବ୍ୟ ଭୁଲି ଯାଇ ବୃଦ୍ଧା ଅବସ୍ଥାରେ ପିତାମାତାଙ୍କୁ ହଇରାଣ କରିବାକୁ ପଛଉ ନାହିଁନ୍ତି।ନିଜେ ଟଙ୍କା ପଛରେ ଗୋଡାଇ ନିଜର ସଉକ ମେଣ୍ଟାଇବା ପାଇଁ କିଏ କେତେ କଣ କରୁଥିବା ବେଳେ।ମାତ୍ର ଆଜିର ଦୁନିଆରେ ଏପରି ପିତାମାତା ଅଛନ୍ତି।ଯେ କି ନିଜ ପିଲାମାନଙ୍କୁ ଛୋଟ ବେଳୁ ଏପରି ଶିକ୍ଷା ଦୀକ୍ଷା ଦେଇ ଗଢିତେଳି ବାକୁ ପ୍ରୟାସ ଜାରିରଖିଛନ୍ତି।ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଲକ ଅନ୍ତର୍ଗତ କଣ୍ଟେଇନାଳୀ ଗ୍ରାମର ପୁଅ ବିଭୂରଞ୍ଜନ ଓ ବେହୂ ସରସ୍ୱତୀଙ୍କ ଠାରେ ଆଜି ମା,ସନ୍ତୋଷୀ ଜରାଶ୍ରମ,ବାଲିଝରା ପାରାଦୀପ ଠାରେ ଶହ ଶହ ବୃଦ୍ଧା,ବୃଦ୍ଧୀଙ୍କ ଗ୍ରହଣରେ ବାପା ବିଭୂ ରଞ୍ଜନ ଦଳାଇ, ମା ସରସ୍ୱତୀ ଦଳାଇ ନିଜ ଏକମାତ୍ର ଗେହ୍ଲା ପୁଅ ରୁଦ୍ର ନାରାୟଣ ଦଳାଇ ୭ତମ ବାର୍ଷିକ ଜନ୍ମଦିନ ପାଳନ କରିଥିଲେ।ସୂଚନାଯୋଗ୍ୟ କି ଶ୍ରୀଯୁକ୍ତ ଦଳାଇ ଦୀର୍ଘ ଦିନ ଧରି ବାହାର ରାଜ୍ୟରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଆସୁଛନ୍ତି।ସେ ଜଣେ ଶାନ୍ତ ସରଳ ପରୋଉପକାରି ମଣିଷ ଟିଏ ଆଜି କାଲି ସମାଜରେ ଘଟୁଥିବା ପିତାମାତାଙ୍କ ପ୍ରତି ଅତ୍ୟାଚାର ନିର୍ଯାତନା ପାଇଁ ଜନ୍ମ କରି ପାଳି ପୋଶି ବଡ କରିଥିବା ଦେବତା ରୂପି ବାପା, ମାନଙ୍କୁ ଘରୁତଡି ଦେବାକୁ ପଛଉନାହିଁ।ନ୍ତି ଜନ୍ମିତ ପୁଅ ଝିଅମାନେ।ଏପରି ସଳେ ସେ ବାହାରେ ଚାକିରୀ କୁଥିଲେ ମଧ୍ୟ ଆଧୁନିକ ଚାକଚକମକୁ ପଛରେ ପକାଇ।ଆମ୍ବେଦକର ସ୍ମୃତି ପରିଷଦ ସହଯୋଗରେ ନିଜର ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଓ ଶହ ଶହ ବାପା,ମାନଙ୍କ ସହିତ ମିଶି ଖୁସିରେ ସନ୍ତୋଷୀ ମା,ଙ୍କ ମନ୍ଦିରେ ପିଲାର ଶୁଭ ମଙ୍ଗଳ କରି ମାଙ୍କୁ ଦର୍ଶନ କରି ଆଶ୍ରିବାଦ କାମନା କରିବା ସହିତ କେକ୍ ଓ ଷ୍ଟ୍ରିମୀଇ କାଟିବା ସହ ଖାଦ୍ୟ ପ୍ରେୟର ବ୍ୟବସ୍ଥା କରି ଜରାଶ୍ରମ ଥିବା ବାପା,ମା ମାନଙ୍କୁ ଖୁଆଇ ପିଲାର ଭବିଷ୍ୟତ କାମନା କରିଥିଲେ। ଏବଂ ନିଜର ସାଙ୍ଗସାଥୀ ବନ୍ଧୁ ପରିଜନ ଯୋଗ ଦେବା ସହିତ ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ରୁଦ୍ର ନାରାୟଣ ଦଳାଇ ଙ୍କ ୭ତମ ଜନ୍ମ ବାର୍ଷିକ ଉପଲକ୍ଷେ ଭାରତ ରତ୍ନ ଡକ୍ଟର ବି. ଆର ଆମ୍ବେଦକରଙ୍କ ଏକ ଫଟୋ ଚିତ୍ର, ପୁସ୍ତକ ସହିତ ଉତରିୟ ଦେଇ ଆମ୍ବେଦକରଙ୍କ ନିତି ଆଦର୍ଶ ଅନୁସରଣ କରି ଜିବନରେ ଭଲ ମଣିଷଟେ ହେବାପାଇଁ ପରାମର୍ଶ ଦେଇଥିଲେ।ଆମ୍ବେଦକର ସ୍ମୃତି ପରିଷଦର ଉପସଭାପତି ଫିରୋଜ କୁମାର ବେଉରା, ସମ୍ପାଦକ ତଥା ସମାଜସେବୀ ବବୁଲ୍ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ରଞ୍ଜନ ଦାସ,ସହଯୋଗୀ ସମ୍ପାଦକ ସଚିନ ପ୍ରଧାନ, ତାମିଲ ଜେନା,ସୌମ୍ୟରଞ୍ଜନ ବେହେରା, ବିଜୁ,ଟୁଲୁ,ଅମିଲ,ଜରାଶ୍ରମ ଦାଇତ୍ଵରେ ଥିବା ଜଗା ମାଝିଙ୍କ ସମେତ ବନ୍ଧୁପରିଜନଙ୍କ ସହଯୋଗରେ ପୁଅର ଜନ୍ମଦିନ ଶାନ୍ତି ଶୃଙ୍ଖଳା ଭାବରେ କରାଯାଇଥିଲା
1