ଜଗତସିଂହପୁର, 22/04/2025, ଉତ୍କଳ voice news - utkalvoicenews.com

ଯୁବ ସମାଜସେବୀ ଶ୍ରୀଯୁକ୍ତ ସୂର୍ଯ୍ୟ ନନ୍ଦନ ପରିଜା ଙ୍କୁ କଟକ ସ୍ଥିତ କଳାବିକାଶ କେନ୍ଦ୍ରରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଦନା ପ୍ରଦାନ କରା ଯାଇଛି.ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ବିଶ୍ୱ ଦେବ ସମାଜ ଓ ଜୟଦେବ ସଂସ୍କୃତି ବିକାଶ ପରିଷଦ ର ରୌପ୍ୟ ଜୟନ୍ତୀ ସମାରୋହ ରେ ଉଲ୍ଲେଖନୀୟ ସମାଜ ସେବା ପାଇଁ ଉକ୍ତ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଛି.
କଟକ ସହର ସ୍ଥିତ କଳାବିକାଶ କେନ୍ଦ୍ର ରେ ଏହି ବିଶାଳ ସମାରୋହ କୁ ଉଦଘାଟନ କରିଥିଲେ ଓଡିଶା ଉଚ୍ଚ ନ୍ୟାୟାଳୟ ର ପ୍ରାକ୍ତନ ମାନ୍ୟବର ନ୍ୟାୟମୂର୍ତ୍ତି ଏ. ଏସ. ନାଇଡ଼ୁ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓଡିଶା ସରକାର ଙ୍କ ପଂଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମାନ୍ୟବର ମନ୍ତୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ମାନ୍ୟବର ବିଧାୟକ, କଟକ ସଦର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟ ଓ ବିଶିଷ୍ଟ ଚଳଚିତ୍ର ତାରକା ଶ୍ରୀତମ ଦାସ.
ଏଠାରେ ଉଲ୍ଲେଖ ଯୋଗ୍ୟ, ଶ୍ରୀଯୁକ୍ତ ପରିଜା, ସରକାରୀ ସେବାରେ ନିଯୁକ୍ତ ଥାଇ ମଧ୍ୟ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଗୁଡିକୁ ସମ୍ପାଦନ କରି ଆସୁଛନ୍ତି. ଏତଦ ଭିନ୍ନ, ପରିବେଶ ର ସୁରକ୍ଷା ପାଇଁ ମଧ୍ୟ ସେ ପୁର୍ଣ ସମର୍ପିତ
ଏହି ମର୍ଯ୍ୟାଦା ଜନକ ସମ୍ମାନ ପ୍ରାପ୍ତି ଯୋଗୁଁ ଶ୍ରୀଯୁକ୍ତ ପରିଜା ଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି.