କୁଜଙ୍ଗ , 22/04/2025, ଉତ୍କଳ voice news - utkalvoicenews.com

କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦାର୍ଦ୍ଦିଆ ଗ୍ରାମରେ ବାସନ୍ତୀ ପୂଜା ଉପଲକ୍ଷେ ୪୭ ତମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ତା ୧୮/୪/୨୫ ରିଖ ଶୁକ୍ରବାର ଦିନ ପ୍ରଥମ ଦିବସରେ ଟୁଲା ଦାସଙ୍କ ନିର୍ଦ୍ଦେଶନା ନାଟକ ମଝି ନଈରେ ମୋ ଜୀବନ ଡଙ୍ଗା ମା" ବୁଢୀ କେନ୍ଦୁଳାଇ ଡ଼୍ୟାମାଟିକ଼ କ୍ଲବ ଦାର୍ଦ୍ଦିଆ ପରିବେଷଣ କରିଥିଲା।ଦ୍ଵିତୀୟ ଦିବସରେ ଆରିୟାନ ଭୂବନେଶ୍ଵର ନାଟକ କାନ୍ଦେ ନା ଲୁହ ସରିଯିବ ପରିବେଷଣ କରିଥିବା ବେଳେ ତୃତୀୟ ଦିବସରେ ଆଠଗଡ଼ ଡ଼୍ୟାମାଟିକ୍ ମିଛୁଆ ରାଧୁଆ ଗପ ସରିଲା ନାଟକ ପରିବେଷଣ କରିଥିଲା।ଚତୁର୍ଥ ଦିବସରେ ରଞ୍ଜନ ବର୍ଦ୍ଧନଙ୍କ ନିର୍ଦ୍ଦେଶନା ନାଟକ ବାବା ସ୍ୱପ୍ନେଶ୍ଵରୀ ଡ୍ରାମାଟିକ କ୍ଲବ ଗଙ୍ଗାଧରପୁର ହା କୃଷ୍ଣ ବୋଲି ଯାଉ ଯୀବ ଆମ ନାଟକ ପରିବେଷଣ କରିଥିଲା। ପଞ୍ଚମ ଦିବସରେ ଦିବସରେ ହାଜିପୁର ଡ଼୍ୟାମାଟିକ୍ କ୍ଲବ ମୃତ୍ୟୁଦଣ୍ଡ ନାଟକ ପରିବେଷଣ କରିଥିଲା। ବାବା ସ୍ୱପ୍ନେଶ୍ଵରୀ ଡ଼୍ୟାମାଟିକ୍ କ୍ଲବ ଗଙ୍ଗାଧରପୁର ଚମ୍ପିୟାନ ହୋଇଥିବାବେଳେ ହାଜିପୁର ଡ଼୍ୟାମାଟିକ୍ କ୍ଲବ ରନର୍ସଅପ ହୋଇଥିଲା। ମୁଖ୍ୟ ଅତିଥି ନୃସିଂହ ଚରଣ ଚ୍ୟୋଧୁରୀ ଚମ୍ପିୟାନ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ହା କୃଷ୍ଣ ବୋଲି ଯାଉ ଯିବ ନାଟକର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରଞ୍ଜନ ବର୍ଦ୍ଧନ ପୁରସ୍କୃତ ହୋଇଥିଲେ।ବିଚାରକ ଭାବେ କେଶବ ଚନ୍ଦ୍ର ଦଳାଇ ଓ ପ୍ରଫୁଲ୍ଲ କୁମାର ନାଥ ଉପସ୍ଥିତ ଥିଲେ। ନାଟକ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଦାର୍ଦ୍ଦିଆ ମା"ବାସନ୍ତୀ ପୂଜା କମିଟିର ସଭାପତି ସନ୍ତୋଷ ଚ୍ୟୋଧୁରୀ, ସଂପାଦକ ଚିତ୍ତରଞ୍ଜନ ଚ୍ୟୋଧୁରୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ଦାସ, ଶଶିକାନ୍ତ ବିଶ୍ଵାଳ, ଚନ୍ଦ୍ରକାନ୍ତ ବାରିକ, ସଂଗମ ଦାସ,ଚିରଞ୍ଜିବୀ ଦଳାଇ,ମାନସ ବିଶ୍ଵାଳ, ସତ୍ୟବାଦୀ ପ୍ରଧାନ, ନବଘନ ମହାନ୍ତିଙ୍କ ସମେତ ମା"ବାସନ୍ତୀ ପୂଜା କମିଟିର ସମସ୍ତ ମେମ୍ବରମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
