ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୀପୁରରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ।

ଏରସମା, 23/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବିଜୀପୁର ଶନି ମନ୍ଦିର ନିକଟରେ ଏଚିଡ଼ୀଏଫସି ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସ୍ୱଛ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟ ଅତିଥି ଭାବରେ ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଉକ୍ତ ପ୍ରକଳ୍ପର ପରିଚାଳନା ଦ୍ଵାଇତ ୬ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଛି। ବାଲିତୁଠ ପଞ୍ଚାୟତର ସିଆରପି ଶାନ୍ତି ଲତା ନାୟକଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ଜଳ ହିଁ ଜୀବନ କହିବା ସହିତ ମହିଳା ମାନେ ଉକ୍ତ ପ୍ରକଳ୍ପର ଦ୍ଵାଇତ୍ଵ ନେଇ ସ୍ୱଳ୍ପ ମୂଲ୍ୟରେ ଜଳ ଯୋଗାଇ ଦେବା ସହ ରୋଜଗାର କ୍ଷମ ହେବେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏରସମା ପଞ୍ଚାୟତ ସମିତି ଅଧକ୍ଷା ଲକ୍ଷ୍ମୀ ପ୍ରିୟା ମହାପାତ୍ର,ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା,ବାଲିତୁଠ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ,ବାଲିତୁଠ ପୂର୍ବତନ ସମିତି ସଭ୍ୟ ପ୍ରକାଶ ପରିଡ଼ା,ସମବାୟ ବିତ୍ ସମୀର ରଞ୍ଜନ ସ୍ବାଇଁ,ଚଟୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଚଟୁଆ ସମବାୟ ସମିତିର ସଭାପତି ସଞ୍ଜୟ କୁମାର ମହାନ୍ତି,ଡ଼ ଦେବଦତ୍ତ ସାମନ୍ତରାୟ,ବିପିଏମ୍ ଅମିତା ସ୍ବାଇଁ,ଜ୍ଞାନ ରଞ୍ଜନ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଏହି କାର୍ଯ୍ଯକ୍ରମକୁ ଶଶୀ ରଞ୍ଜନ ପଣ୍ଡା,ଶଙ୍କର ମଲ୍ଲ,ବିଷ୍ଣୁ ପ୍ରିୟା ମଲ୍ଲ ଓ ସସ୍ମିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।
Article Image
1