ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୀପ୍ତି ଖଣ୍ଡୁଆଳ ପାଇଲେ ଶିଶିର କଥାଶିଳ୍ପୀ ସମ୍ମାନ

ଏରସମା, 24/12/2024, ଉତ୍କଳ voice news - utkalvoicenews.comଏରସମା ବ୍ଲକ ଅନ୍ତର୍ଗତ ସିହା ଗ୍ରାମର କଥା ପୁରସ୍କାରପ୍ରାପ୍ତ ଗାଳ୍ପିକ ଦୀପ୍ତି ଖଣ୍ଡୁଆଳଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ତ୍ରିଦିବସୀୟ ଓଡ଼ିଆ ଲେଖକ ସମ୍ମେଳନରେ ଶିଶିର କଥାଶିଳ୍ପୀ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି l
Article Image
ସାହିତ୍ୟ ସଂସଦର ଏହି ୬୫ତମ ସାରସ୍ୱତ ଉତ୍ସବରେ ଝଙ୍କାରର ସମ୍ପାଦକ ଗାଳ୍ପିକ ତରୁଣ କୁମାର ସାହୁ, ଗାଳ୍ପିକା ଶକ୍ତିପ୍ରଭା ମିଶ୍ର, ପ୍ରଫେସର ମନୋରଞ୍ଜନ ବେହୁରା, ଗବେଷକ ସୁବ୍ରତ ପ୍ରିୟବ୍ରତ ମହାନ୍ତି, ଡାକ୍ତର ଦେବୀ ପ୍ରସାଦ ଭଦ୍ର, ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଗାଳ୍ପିକ ଖଣ୍ଡୁଆଳଙ୍କୁ ଉତ୍ତରୀୟ,ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l
8