ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା’ ପଞ୍ଚ ଠାକୁରାଣୀ ଯାତ୍ରା, ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଶେଷ , ମା’ଙ୍କ ଆଗମନକୁ ଅପେକ୍ଷା

ବୁଗୁଡ଼ା, 23/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଆଗାମୀ ଏପ୍ରିଲ ୨୫ରୁ ମେ ମାସ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ବ୍ୟାପି ଆୟୋଜିତ ହେବାକୁ ଯାଉଥିବା ମା’ ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡରେ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତି କାର୍ଯ୍ଯର ପରିସମାପ୍ତି ଘଟିଥିବା ବେଳେ ମା’ଙ୍କ ଆଗମନ ଅପେକ୍ଷାରେ ରହିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପକ୍ଷରେ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମା’ ମାଳିଝୋଳା , ମା’ ବୁଢୀ ଠାକୁରାଣୀ , ମା’ ବ୍ଯାଘ୍ରଦେବୀ , ମା’ ନାରାୟଣୀ ଓ ଢୁଙ୍କାପଡାର ମା’ ମାଉଁଦେଈ ଆଦି ପଞ୍ଚ ଠାକୁରାଣୀଙ୍କୁ ଆବାହନ କରି ଆଣିବା ପାଇଁ ୫ ଜଣଙ୍କ ନେତୃତ୍ବରେ ୫ଟି ଦଳ ଗଠନ କରାଯାଇଛି । ଏଥି ସହ ପଞ୍ଚ ଠାକୁରାଣୀଙ୍କ ନଗର ଭ୍ରମଣି ଖସଡା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି । ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ସହରର ତିନୋଟି ପ୍ରବେଶ ପଥରେ ତୋରଣର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଠାକୁରାଣୀ ଯାତ୍ରା କାଳରେ ମାଳ ମାଳ ମେଢ ସାଙ୍ଗକୁ ଅପେରା , ମୀନାବଜାର, ରାମଦୋଳି, ମେଲୋଡି,କଳାକୁଞ୍ଜ , ଆକର୍ଷଣୀୟ ତୋରଣ ଲୋକଙ୍କ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି ।
10