ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁପୁରୁରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ

ଏରସମା, 23/04/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବିଜୁପୁରୁ ଗ୍ରାମରେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପକୁ ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଉଦଘାଟନ କରିବା ସହିତ ପ୍ରଥମେ କାର୍ଡ ମେସିନିରେ ଲଗାଇ ପାଣି ବାହାର କରିଥିଲେ।  ପ୍ରକଳ୍ପ ପରିଚାଳନା ଦାୟିତ୍ବରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଧାୟକଙ୍କୁ ପ୍ରଥମେ ବିଶୁଦ୍ଧ ପାଣି ପିଇବାକୁ କହିଥିଲେ। ବିଧାୟକ ପାଣି ପିଇ ସାରିବା ପରେ ମହିଳା ମାନଙ୍କୁ କହିଥିଲେ ଏହି ଗ୍ରାମ କିମ୍ବା ପାଖ ଗ୍ରାମକୁ ସବୁଦିନ ପାଞ୍ଚ ଲିଟର ପାଣି ମାଗଣା ଦେବେ। ମହିଳାମାନେ ଉକ୍ତ ପ୍ରକଳ୍ପ ଦାୟିତ୍ୱ ନେଇ ସ୍ୱଚ୍ଛ ମୁଲ୍ୟରେ ଜଳ ଯୋଗାଇଦେବା ସହିତ ରୋଜଗାରକ୍ଷମ ହେବେ ବୋଲି କହିଥିଲେ। ଏହି ଉଦଘାଟିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବାଲିତୁଠ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ,ଚଟୁଆ ପଞ୍ଚାୟତ ପୃର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି, ବାଲିତୁଠ ପଞ୍ଚାୟତ ପୃର୍ବତନ ସମିତି ସଭ୍ୟ ପ୍ରକାଶ ପରିଡ଼ା, ଡ଼ ଦେବଦତ୍ତ ସାମନ୍ତରାୟ,ବିପିଏମ୍ ଅମିତା ସ୍ୱ।ଇଁ, ଓଏଲ୍ଏମ ଜ୍ଞାନରଞ୍ଜନ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଶଶିରଞ୍ଜନ ପଣ୍ଡା, ବିଷ୍ଣୁପ୍ରିୟା ମଲ୍ଲ , ସଶ୍ମୀତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
Article Image
1