ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଜାତୀୟ ପଂଚାୟତରାଜ ଦିବସ ପାଳନ

ପାରାଦୀପ ଗଡ, 24/04/2025, ଉତ୍କଳ voice news - utkalvoicenews.com
Article Image
ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଜାତୀୟ ପଂଚାୟତରାଜ ଦିବସ ପାଳନ ହୋଇଯାଇଛି l ଦେଶ, ରାଜ୍ୟ ଓ ଗ୍ରାମ ଗୁଡ଼ିକ ର ବିକାଶ ରେ ପଞ୍ଚାୟତ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ କୁ ସଠିକ୍ ରୂପେ କାର୍ଯ୍ୟକାରୀ କରି ଗ୍ରାମ ଗୁଡ଼ିକ ର ବିକାଶ କରିବାରେ ପଞ୍ଚାୟତ ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥଲେ l ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ସଭାରେ ଅବଗତ କରାଇଥିଲେ l ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ତ୍ରିସ୍ତରୀୟ ପଂଚାୟତରାଜ ର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ରମେଶ ବେହେରା, ପ୍ରଭାତ ସାହୁ, ବିଚିତ୍ର ପ୍ରଧାନ, ସେକ ମୁନା, ଶକୁନ୍ତଳା ସ୍ୱାଇଁ, ସଚିଦାନନ୍ଦ ମହାପାତ୍ର, ପିଣ୍ଟୁ ବେହେରା, ମିଲି ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
Article Image
Article Image
Article Image
1