ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତାତିରୁ ମିଳୁନି ତ୍ରାହି , ଜନ ଜୀବନ ଅସ୍ତବ୍ୟସ୍ତ

ବୁଗୁଡ଼ା, 24/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଏଇ କିଛି ଦିନ ହେବ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଗତ ତିନ ହେଲା ତାପମାତ୍ରା ୪୦ ଡିଗ୍ରୀରୁ କମୁନଥିବାରୁ ବୁଗୁଡା ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୮ଟାରୁ ଗରମ ଅନୁଭବର ଆରମ୍ଭ ହୋଇ ମଧ୍ଯାହ୍ନ ଓ ଅପରାହ୍ନ ବେଳକୁ ଅସହ୍ୟ ହୋଇପଡୁଛି । ପ୍ରବଳ ତାତି ଯୋଗୁଁ ଅଂଶୁଘାତର ଭୟ ଘାରୁଛି । ରାସ୍ତାଘାଟ ଶୂନଶାନ ହୋଇପଡୁଛି । କୌଣସି ଜରୁରୀ କାମରେ ଯେ କେହି ଘରୁ ବାହାରିଲେ ବାଧ୍ୟ ହୋଇ ପାଣି ବୋତଲ ସହ ମୁଣ୍ଡରେ ଗାମୁଛା ବାନ୍ଧି କିମ୍ବା ଛତା ଧରିବାକୁ ପଡୁଛି । ଗରମରୁ ତ୍ରାହି ପାଇବା ପାଇଁ ଲୋକେ ଟିକେ ବର୍ଷାକୁ ଚାତକ ଭଳି ଚାହିଁ ବସିଥିଲେ ହେଁ ତାହାର ଦେଖା ମିଳୁନି । ବେଳେ ବେଳେ ପାଗ ମେଘୁଆ ରହିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ସାଙ୍ଗକୁ ଶରୀର ଝାଳେଇ ଯାଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲଗୁଡିକୁ ଏପ୍ରିଲ ୨୩ ତାରିଖରୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବାହାର ଗରମରୁ ରକ୍ଷା ପାଇବା ପାଇଁ ଘରେ ରହିଲେ ମଧ୍ୟ ଘନ ଘନ ବିଦ୍ଯୁତ୍ କାଟ ଯୋଗୁଁ କଲବଲ ହେବାକୁ ପଡୁଛି । ତେବେ ତାତିରୁ ତ୍ରାହି ମିଳୁ ନଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
Article Image
Article Image
1