ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ପଞ୍ଚାୟତରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ।

କୁଜଙ୍ଗ , 24/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଅର୍ନ୍ତଗତ କୁଜଙ୍ଗ ପଞ୍ଚାୟତରେ ସରପଞ୍ଚ ବନ୍ଦିତା ଦାସଙ୍କ ନେର୍ତୁତ୍ୱରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ରାଉତ ୱାର୍ଡ ସଭ୍ୟ,ସଭ୍ୟା ଯୋଗଦେଇ ଆଜି ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରିଥିଲେ।ଏହା ସହିତ ସରକାରଙ୍କ ସମସ୍ତ ଯୋଜନା କିପରି ଲୋକଙ୍କ ପାଖରେ ସୁଚାର ରୂପେ ପହଞ୍ଚି ପାରିବ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ୱାର୍ଡ ସଭ୍ୟ,ସଭ୍ୟାଙ୍କୁ ସରପଞ୍ଚ ଶ୍ରୀମତୀ ଦାସ କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରେବସ ଖାନ,ପ୍ରିୟଦର୍ଶିନୀ ଦାସ,ଯୁବନେତା ଚିରଞ୍ଜିବି ନାୟକ,ପ୍ରଭାସ ରଞ୍ଜନ ଦାସ,ନାୟବ ସରପଞ୍ଚ ଶାନ୍ତି ଲତା ସ୍ୱାଇଁ,ସବିତା ମଲ୍ଲିକ,ଗୀତାଞ୍ଜଳି ମଲ୍ଲିକ,ସୁକାନ୍ତି ନାୟକ,କୁଜଙ୍ଗ ସମିତି ସଭ୍ୟା ସସ୍ମିତା ନାୟକ,ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Article Image
1