ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପହେଲଗାଁ ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ମହମବତୀ ଶୋଭାଯାତ୍ରା

ବୁଗୁଡ଼ା, 24/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଶ୍ରୀ ଶ୍ରୀ ବଳଦେବ ସ୍ବାମୀ ଘରୋଇ ବସ୍ ମାଲିକ ସଂଘ,ବୁଗୁଡ଼ା ପକ୍ଷରୁ କାଶ୍ମୀର’ର ପହେଲ ଗାଓଁ ଠାରେ ଇସଲାମିକ ଜିହାଦୀ ଆତଙ୍କବାଦୀଙ୍କ ଦ୍ଵାରା ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ଘଟଣା ପ୍ରତିବାଦକୁ ନେଇ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହମବତୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ହତ୍ୟାର ଶିକାର ହୋଇଥିବାଙ୍କ ପ୍ରତି ଏକ ନୀରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ପାକିସ୍ଥାନ ଆତଙ୍କବାଦୀଙ୍କ ବର୍ବୋରଚିତ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ବରିଷ୍ଠ ଆଇନଜୀବୀ ତଥା ବଳଦେବ ସ୍ବାମୀ ଘରୋଇ ବସ୍ ମାଲିକ ସଂଘ ର ସଭାପତି ହରପ୍ରସାଦ ଦାଶ କହିଛନ୍ତି ଯେ , କାଶ୍ମୀରର ପାହେଲ ଗାଁ ଠାରେ ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ଯେଉଁଭଳି ଭାବେ ପାକିସ୍ଥାନ ଆତଙ୍କବାଦୀ ମାନଙ୍କ ଦ୍ଵାରା ହତ୍ୟା କରାଯାଇଛି , ତାହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଭାରତ ଭଳି ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ଅଶାନ୍ତ କରିବା ପାଇଁ ପାକିସ୍ଥାନ ଆତଙ୍କବାଦୀ ମାନେ ଯେଉଁଭଳି ଅପଚେଷ୍ଟା ଚଳାଇଛନ୍ତି , ଏହାକୁ ଘୋର ନିନ୍ଦା କରୁଛୁ ।ପାକିସ୍ତାନ ଆତଙ୍କବାଦୀ ମାନେ ହିନ୍ଦୁ ମାନଙ୍କ ପ୍ରତି ଯେଉଁଭଳି ବର୍ବରଚିତ ତଥା ନିର୍ମମ ହତ୍ୟାକାଣ୍ଡ ଘଟାଇଛନ୍ତି , ଏହା ସାରା ଭାରତବର୍ଷର ହିନ୍ଦୁ ମାନଙ୍କ ପାଇଁ ଏକ ବଡ଼ ଚେତାବନୀ । ହିନ୍ଦୁ ପର୍ଯ୍ୟଟକ ମାନଙ୍କ ପରିଚୟ ପଚାରି ପଚାରି ତାଙ୍କ ପତ୍ନୀଙ୍କ ଆଗରେ ତାଙ୍କୁ ଯେଭଳି ହତ୍ୟା କରାଗଲା , ତାହା ଅତ୍ୟନ୍ତ ଦୁଃଖଦାୟକ । ହିନ୍ଦୁ ସନାତନୀ ମାନେ ନିଜ ଦେଶରେ ଏକ ପ୍ରକାର ଶରଣାର୍ଥୀ ହୋଇ ପଡ଼ିଛନ୍ତି ।ଏହି ପଦଯାତ୍ରାରେ ବହୁ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।
Article Image
Article Image
1