ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଏରସମା, 24/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ବ୍ଲକ୍ ସ୍ତରୀୟ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ମନ୍ତ୍ରୀଙ୍କ ନୂତନ ରାସନ କାର୍ଡ ଶୁଭାରମ୍ଭ ଅବସରରେ ଏରସମା ବ୍ଲକ୍ ଅଞ୍ଚଳର ୧୦ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟା ଯାଇଥିବା ବେଳେ,୫ ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡରୁ ୯ ଲକ୍ଷ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଉପାଧ୍ୟକ୍ଷ ବିକାଶ କୁମାର ପରିଡା, ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଲେଙ୍କା,ସାଂସଦଙ୍କ ଏରସମା ବ୍ଲକ୍ ପ୍ରତିନିଧି ଜଟାଧାରୀ ସ୍ଵାଇଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କୁମାର ସ୍ଵାଇଁ, ସରପଞ୍ଚ ଦିପ୍ତୀରାଣୀ ପ୍ରଧାନ, ସରପଞ୍ଚ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ପିଇଓ ହ୍ରୃଷିକେଶ ରାଉତରାୟ ଓ ଜ୍ଞାନରଞ୍ଜନ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ କାଶ୍ମୀରର ପହଲ ଗ୍ରାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ମ୍ରୃତକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
1