ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପରାୟଣ ମହିଳାଙ୍କ ପରଲୋକ

ଏରସମା, 24/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତର ନାଉବେଲାରୀ ଗ୍ରାମର ଧର୍ମପରାୟଣ ମହିଳା ଲୋଭାରାଣୀ ନାୟକଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି।
Article Image
ସେ ଜଣେ ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ହିସାବରେ ସେ ସମଗ୍ର ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ।
Article Image
ଶ୍ରୀମତୀ ନାୟକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରାଯାଇଥିଲା। ଜ୍ୟେଷ୍ଠପୁତ୍ର ତପନଜ୍ୟୋତି ନାୟକ ମୁଖାଗ୍ନି ଦେଇଥିବା ବେଳେ, ଅନ୍ୟ ଦୁଇପୁତ୍ର ଅରୁଣ ଜ୍ୟୋତି ନାୟକ, ଜ୍ୟୋତିପ୍ରକାଶ ନାୟକ ଓ ଜ୍ଞାତି, କୁଟୁମ୍ବ ମାନେ ଉପସ୍ଥିତ ଥିଲେ। ଶ୍ରୀମତୀ ନାୟକଙ୍କ ବିୟୋଗରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ବାଲିକୁଦା ଏରସମା ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥି ରାଉତ, ବିଜେଡି ଯୁବ ସଂଗଠକ ସମୀର ରଞ୍ଜନ ସ୍ଵାଇଁ, ସାମ୍ୟବାଦୀ ନେତା ଅଭିଜିତ୍ ସାହୁ ଓ ବରିଷ୍ଠ ଆଇନଜୀବୀ ବୀରନାରାୟଣ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।
1