ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅସ୍ମିତ କଲେଜ ତରଫରୁ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳୀ ସଭା

ଭୂବନେଶ୍ୱର, 24/04/2025, ଉତ୍କଳ voice news - utkalvoicenews.com
Article Image
କାଶ୍ମୀର ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ଘୃଣ୍ୟ ଓ ଅମାନବୀୟ। ବାଲେଶ୍ୱରର ଯୁବକ ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଘଟଣା। ଏପରି ଘଡିସନ୍ଧିି ମୁହୂର୍ତ୍ତରେ ପରିବାର ର ସଦସ୍ୟମାନଙ୍କ ପ୍ରତି ଆମର ଗଭୀର ସମବେଦନା ଜଣାଇବା ସହ ଅନ୍ୟ ସମସ୍ତ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ଆର୍ଯ୍ୟ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଅସ୍ମିତ୍ କଲେଜ) ତରଫରୁ ଭୁବନେଶ୍ବର ପତ୍ରପଡ଼ା କ୍ୟାମ୍ପସ ଠାରେ କ୍ୟାଣ୍ଡେଲ୍ ଜାଳି ଶ୍ରଦ୍ଧାଞ୍ଜଳୀ ସଭା କରାଗଲା I ନିର୍ଦ୍ଦେଶ ଡଃ ମନ୍ମଥ କୁମାର ନାୟକ କହିଥିଲେ ଅମର ଆତ୍ମା ର ସଦଗତି ହେଉ ଏବଂ ସରକାର ଆତଙ୍କବାଦ ବିରୋଧରେ ଦୃଢ଼ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି, ଏବଂ ପ୍ରଶାସକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର ଦାବି କରିଥିଲେ କିପରି ଭାରତ ପ୍ରତିଶୋଧ ନେବା ସହିତ ହିନ୍ଦୁ ଧର୍ମ ସୁରକ୍ଷା ପାଇବ ସେଥିପାଇଁ ଧାନ୍ ଦେବା ଆବଶ୍ୟକ ରହିଛି l ଏହି କାର୍ଯ୍ୟକ୍ରମରେ ଉପସ୍ଥାପିତ ଥିଲେ ଏଚୋଓଡି ରଶ୍ମିତା ପାଣିଗ୍ରାହୀ, ଉପ ନିର୍ଦ୍ଦେଶକ ଅକ୍ଷୟ ଜେନା, ଅଧ୍ୟାପକ ବବୁଲୁ ମଲ୍ଲିକ , ଅଧ୍ୟାପକ ରବି ନାରାୟଣ ପଟନାୟକ, ଘନ ଶ୍ୟାମ ମିଶ୍ର, ସୂର୍ଯ୍ୟ ମଣି ଦାସ, ପ୍ୟାରୀ ମୋହନ ମହାପାତ୍ର, ସ୍ମୃତି ସାହୁ, କଲେଜ ର ସମସ୍ତ ଛାତ୍ରଛାତ୍ରୀ ମାନେ l
Article Image
1