ଏରସମା, 24/04/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଏରସମା ଗ୍ରାମ ପଞ୍ଚାୟତ ସରପଞ୍ଚ ସଚ୍ଚିଦାନନ୍ଦ ଦାସଙ୍କ ତରଳ ଓ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ପଞ୍ଚାୟତିରାଜ ୨୦୨୫ ଜିଲ୍ଲା ସ୍ତରୀୟ ସମାରୋହ ଅବସରରେ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ହିସାବରେ ହସ୍ତତନ୍ତ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ,ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଜଗତସିଂହପୁର ଜିଲ୍ଲା ସାଂସଦ ବିଭୁପ୍ରସାଦ ତରାଇ, ଜଗତସିଂହପୁର ଜିଲ୍ଲା ବିଧାୟକ ଅମରେନ୍ଦ୍ର ଦାସ ଏରସମା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦାସଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ୩,୮୬,୪୭୩.୦୦ ଟଙ୍କା ଚେକ୍ ପ୍ରଦାନ କରିଥିଲେ। ତାଙ୍କର କାର୍ଯ୍ୟଧାରା ଉନ୍ନତ ମାନର, ପଞ୍ଚାୟତବାସୀ ତାଙ୍କର କାର୍ଯ୍ୟ ଶୈଳୀ ଉପରେ ଖୁସିବ୍ୟକ୍ତ, ପଞ୍ଚାୟତର ଉନ୍ନତମାନର କାର୍ଯ୍ୟକ୍ରମ କରୁଥିବାରୁ ଏରସମା ଅଞ୍ଚଳରେ ଖୁସି ଏବଂ ପ୍ରଶଂସାର ସୁଅ ଛୁଟିଛି। ବାଲିକୁଦା ଏରସମା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଓ ଏରସମା ଗ୍ରାମ ପଞ୍ଚାୟତ ବାସୀମାନଙ୍କ ସହଯୋଗରେ ମୁଁ ୨୦୨୩/୨୪ଓ ୨୦୨୪/୨୫ରେ ଦୁଇ ଦୁଇ ଥର ସମ୍ନାନ ପାଇପାରିଛି। ଏହି ଶ୍ରେୟ ସେମାନଙ୍କ ବୋଲି ଏରସମା ଗ୍ରାମ ପଞ୍ଚାୟତ ସରପଞ୍ଚ ସଚ୍ଚିଦାନନ୍ଦ ଦାସ ମତବ୍ୟକ୍ତ କରିଛନ୍ତି। ପୃର୍ବରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପୃର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି ଓ ଏରସମା ପଞ୍ଚାୟତ ସରପଞ୍ଚ ଦୀପ୍ତି ରଞ୍ଜନ କୂଅଁରଙ୍କୁ ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।