ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହଂସୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସର କାଳୀନ ସମର୍ଦ୍ଧନା ଉତ୍ସବ।।।

ରାହାମା, 25/04/2025, ଉତ୍କଳ voice news - utkalvoicenews.com
Article Image
ହଂସୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ପ୍ରଦୀପ କୁମାର ପଟ୍ଟନାୟକ ଙ୍କୁ ଅବସରକାଳୀନ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିଦାୟ କାଳୀନ ଉତ୍ସବରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ଃ ଚେତନା ପୁରୋହିତ, ମେଡିକାଲ ଅଫିସର ପଙ୍କପାଳ ଡ଼ଃ ସ୍ମୃତିରଞ୍ଜନ ମହାପାତ୍ର, ମେଡିକାଲ ଅଫିସର ଡ଼ଃ ଜୀବନଜ୍ୟୋତି ସ୍ବାଇଁ, ଡ଼ଃ ରଞ୍ଜିତା ଦାସ,ପୁରୁଷ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ବିରଜା ପ୍ରସାଦ ମହାନ୍ତି,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁମନ୍ତ କୁମାର ବେହେରା, ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ସମସ୍ତ ଆଶା ଦିଦି ଏବଂ ହଂସୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର କର୍ମଚାରି ଉପସ୍ଥିତ ଥିଲେ। ବିଦାୟ କାଳୀନ ଉତ୍ସବ ରେ ବିଦାଇ ଫାର୍ମାସିଷ୍ଟ ପଟ୍ଟନାୟକ ମାନପତ୍ର ଓ ଉତ୍ତରୀ ଦେଇଥିଲେ,ଉକ୍ତ ସମର୍ଦ୍ଧନା ଉତ୍ସବକୁ ଡ଼ଃ ଜୀବନଜ୍ୟୋତି ସ୍ୱାଇଁ ପରିଚାଳନା କରିଥିଲେ।।।
1