ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

କୁଜଙ୍ଗ, 24/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷା ଅନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳପଡା ,ରାହାମାର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।
Article Image
ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ କୁମାର ସ୍ବାଇଁଙ୍କ କର କମଳରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଏହା ଆରମ୍ଭ ହୋଇଅଛି। ଶାରୀରିକ ଅଭ୍ୟାସ ଏକ ସୁସ୍ଥ ଜୀବନ ପ୍ରଦାନ କରିଥାଏ ଓ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ହାର ଜିତ୍ ଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ ବୋଲି ମୁଖ୍ୟ ଅତିଥି ତାଙ୍କ ଭାଷଣରେ ଶିଶୁମାନଙ୍କୁ ଆହ୍ଵାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ଶତପଥୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ସମ୍ପାଦକ ଦୀପକ କୁମାର ଦାସ ଯୋଗ ଦେଇ ଶାରୀରିକ ଶିକ୍ଷା ସମସ୍ତଙ୍କ ପାଇଁ କିପରି ଗୁରୁତ୍ୱପୂର୍ଣ୍ଣ ତାର ଅବତାରଣା କରିଥିଲେ। ଏହି ପ୍ରତିଯୋଗିତାରେ ୪୦ରୁ ଅଧିକ ବିଭାଗରେ ପ୍ରାୟ ଏକହଜାର ପିଲା ଅଂଶ ଗ୍ରହଣ କରୁଛନ୍ତି। ଶାରୀରିକ ପ୍ରମୁଖ ସୁଦର୍ଶନ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ଦୁଇ ଦିନ ଚାଲିବ। ଜଗତସିଂହପୁର ବିଭାଗର ସହ ବିଭାଗ ପ୍ରମୁଖ କାହ୍ନୁ ଚରଣ ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଦେବେନ୍ଦ୍ର କୁମାର ବିଶ୍ବାଳ,ଯୁଗ୍ମ ସମ୍ପାଦକ ପ୍ରତାପ କୁମାର ବେଉରା, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ପରିଡ଼ା, ବିଦ୍ୟାଳୟର ଉପଦେଷ୍ଟା ବିଭୂତି ଭୂଷଣ ବରାଳ ଓ ଉପଦେଷ୍ଟା ରମାକାନ୍ତ ଦାସ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହ ସଫଳ ପ୍ରତିଭାଗି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ ସେବାବ୍ରତି ଆଚାର୍ଯ୍ୟ, ଆଚାର୍ଯ୍ୟା ,ମାତୃଭାରତୀର ଭଉଣୀମାନଙ୍କ ସହଯୋଗରେ ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପର୍ଣ୍ଣ ହୋଇଅଛି।
1