ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୟ ମା ସନ୍ତୋଷୀଙ୍କ ଯାତ୍ରା ଅନୁଷ୍ଠିତ

ବୁଗୁଡ଼ା, 25/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାତ୍ର ୧୦:୩୦ ରୁ ସନ୍ତୋଷୀ ମା ଙ୍କୁ ମନ୍ଦିରରୁ ଆଗମନ କରାଯାଇ ଗ୍ରାମ ଯାତ୍ରା କରିଥିଲେ।ମୃଦୁଙ୍ଗ, ଘଣ୍ଟ ଓ ବାଘ,ବୃଷଭ ଏବଂ ଚଇତି ଘୋଡ଼ା ନାଚର ତାଳେ ତାଳେ ମା ସନ୍ତୋଷୀଙ୍କ ଗ୍ରାମ ଯାତ୍ରା ହୋଇଯାଇଛି । ଆଜି ରାତ୍ର ୧୦:୩୦ ଠାରୁ ସକାଳ ୬:୦୦ ଟାରେ ଗ୍ରାମକୁ ଫେରିବେ।ଗ୍ରାମର ମଧ୍ୟ ଭାଗରେ ଗୋଟିଏ ସ୍ଥାନରେ ସୁଭଖୁଣ୍ଟି ସ୍ଥାପନା କରାଯାଇଛି ସେହିଠାରେ ମା ଗୋଟିଏ ଦିନ ରହିବେ। ଗ୍ରାମ ବାସୀଙ୍କ ମନୋରଞ୍ଜନ ପାଇଁ ସକାଳ ୮:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଭାରତଲୀଳା ନାଟକ ଏବଂ ସନ୍ଧ୍ୟା ୫:୦୦ ରୁ ସକାଳ ୭:୦୦ ଯାଏଁ ମହାଭାରତ ନାଟକ ପରିବେଷଣ ହେବ।ଗ୍ରାମ ବାସୀଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାରେ ମା ସନ୍ତୋଷୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
Article Image
Article Image
1