କୁଜଙ୍ଗ , 25/04/2025, ଉତ୍କଳ voice news - utkalvoicenews.com
ମୃତ୍ୟୁ ଯେ ଏମିତି ଆସେ ତାହା କେହି ଜାଣି ପାରନ୍ତି ନାହିଁ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଳରାମପୂର୍ ଗ୍ରାମରେ ରାମଲୀଳା ଦେଖିବକୁ ଆସିଥିବା ଜଣେ ମହିଳା ନଡ଼ିଆ ଗଛ ପଡି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ କୁଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମରେ ରାମଲୀଳା ଚାଲିଥିବା ସମୟରେ ହନୁମାନ ଚରିତ୍ରର ଅଭିନୟ କୁ ଉପଭୋଗ କରିବା ପାଇଁ କମିଟି ଦ୍ୱାରା ନଡିଆ ଗଛ ରୁ ଦଉଡ଼ି ବାନ୍ଧି ଟ୍ରାକ୍ଟର ସାହାଯ୍ୟରେ ଟାଣିବା ସମୟରେ ନଡ଼ିଆ ଗଛଟି ଭାଙ୍ଗି ଯିବାରୁ ରାମଲୀଳା ଦେଖିବାକୁ ଆସିଥିବା ଦର୍ଶକ ଙ୍କ ଉପରେ ପଡିବାରୁ ଘଟଣା ସ୍ଥଳରେ ଗୋପିଆକୁଦ ପଞ୍ଚାୟତ ର ସମାଗୋଳ ଗ୍ରାମର ଟୁଟୁ ଦାସ ଙ୍କ ପତ୍ନୀ କୁନି ଦାସ ଙ୍କର ମୁତ୍ୟୁ ଘଟିଥିଲା। ଅନ୍ୟ ଗୁରୂତର ମାନକୁ ବଡ ମେଡିକାଲ କୁ ପଠା ଯାଇଥିବା ଜଣାପଡ଼ିଛି।। କୁଜଙ୍ଗ ପୋଲିସ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।।