ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଠାକୁରାଣୀ ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସ , ବିଶ୍ରାମରେ ପଞ୍ଚ ଠାକୁରାଣୀ

ବୁଗୁଡ଼ା, 26/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରାର ପ୍ରଥମ ଦିବସରେ ଆମନ୍ତ୍ରିତ ହୋଇ ମା’ ମାଉଁଦେଈ , ମା’ ମାଳିଝୋଳା , ମା’ ନାରାୟଣୀ , ମା’ ବୁଢୀ ଠାକୁରାଣୀ ଓ ମା’ ବ୍ଯାଘ୍ରଦେବୀ ଆଦି ପଞ୍ଚ ଠାକୁରାଣୀ ବଡଦାଣ୍ଡସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ଆଜିର ଦ୍ବିତୀୟ ଦିବସକୁ ବିଶ୍ରାମ ଦିବସ ରୂପେ ଗ୍ରହଣ କରାଯାଇଛି । ଏ ଅବସରରେ ପୁରୋହିତ ନାରାୟଣ ଦାଶ , ବିଭୁତି ଭୂଷଣ ତ୍ରିପାଠୀ , ମନୋଜ କୁମାର ଦାଶ , ଦିଲ୍ଲୀପ କୁମାର ଦେବତା, ପିତାମ୍ବର ହୋତା ଓ ପ୍ରଦୀପ କୁମାର ମିଶ୍ରଙ୍କ ଦ୍ଵାରା ବୈଦିକ ରୀତିନୀତି ପ୍ରକାରେ ମଣ୍ଡଳ ପୂଜା , ସାଲା ଓ ପୀଠ ସଂସ୍କାର , ଷୋଡଶୋପଚାର ପୂଜା , ଚଣ୍ଡୀ ପାଠ , ମୂର୍ତ୍ତି ଜୀବନ୍ୟାସ , ଅଗ୍ନି ସଂସ୍କାର , ପୂଜା , ଆଳତି ଇତ୍ୟାଦି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଓ କର୍ତ୍ତ୍ରୀ ରୂପେ ଯଥାକ୍ରମେ ବିଚିତ୍ର କୁମାର ପାଣିଗ୍ରାହୀ ଓ ସୁସ୍ମିତା ପାଣିଗ୍ରାହୀ ଦାୟିତ୍ବ ନିର୍ବାହ କରିଥିଲେ ।
1