ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୟସ୍କ ଟୀକାକରଣ ଉପରେ ଦିନିକିଆ କର୍ମଶାଳା

ଭୁବନେଶ୍ୱର, 26/04/2025, ଉତ୍କଳ voice news - utkalvoicenews.com
Article Image
ଆର୍ଯ୍ୟ ସ୍କୁଲ ଅଫ ମାନଜମେଣ୍ଟ ଆଣ୍ଡ ଇନ୍ଫୋର୍ମଏସନ ଟେକ୍ନୋଲୋଜି ତରଫରୁ ଦିନିକିଆ କର୍ମଶାଳା ପାତ୍ରପଡା କଲେଜ ପରିସରରେ ଥିବା ପ୍ରଖାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବରେ ମାଣିପାଲ ହସ୍ପିଟାଲ ର କାର୍ଯ୍ୟରତ ଡାକ୍ତର ଶୁଭଶ୍ରୀ ସାମନ୍ତରାୟ ଯୋଗ ଦେଇ ଉକ୍ତ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ର କରିଥିଲେ। ସେ କହିଥିଲେ କି ରୋଗ ପ୍ରତିରୋଧକ ଶକ୍ତି ହେଉଛି ମଣିଷ ଶରୀର ର ଏକ ଗୁରୁତ୍ୱପୂର୍ଣ ଅଂଶବିଶେଷ, ତେଣୁ ପ୍ରତେକ ବ୍ୟକ୍ତି ବିଶେଷ ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟକତା ରହିଛି। ଏହା ଦୁଇ ପ୍ରକାର ଉପାୟରେ ବୃଦ୍ଧି କରି ହେବ ଗୋଟେ ଟୀକା କରଣ ମାଧ୍ୟମ ରେ ଅନ୍ୟ ଟି ଘରୋଇ ଉପରେ। ସମସ୍ତ ଙ୍କୁ ଟୀକା ନେବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ନିର୍ଦେଶକ ଡ଼କ୍ଟର ମନ୍ମଥ କୁମାର ନାୟକ ପିଲା ମାନଙ୍କୁ କହିଥିଲେ କି ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ ନିଜର ଖାଦ୍ୟପେୟ, ବ୍ୟୟାମ, ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିଲେ କୌଣସି ରୋଗ ପାଖ ମାଡ଼ିବ ନାହିଁ। ଏହି ପ୍ରୋଗ୍ରାମ କୁ ପରିଚାଳନା କରି ବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଶାସନିକ ଅଧିକାରୀ ସଞ୍ଜୟ ମିଶ୍ର, ଉପସ୍ଥିତ ଥିଲେ ଉପ ନିର୍ଦେଶକ ଅକ୍ଷୟ ଜେନା, ଏଚଓ଼ଡି ରଶ୍ମିତା ପାଣିଗ୍ରାହୀ, ଛାତ୍ର ମଙ୍ଗଳ ଅଧିକାରୀ ଶୁଭେନ୍ଦୁ ଦାସ, ଘନଶ୍ୟାମ ମିଶ୍ର, ଅଧ୍ୟାପକ ମାନଙ୍କ ମଧ୍ୟରେ ଗୋଲକ ବିହାରୀ ରଥ, ରବି ନାରାୟଣ ପଟନାୟକ, ବବୁଲ ମଲ୍ଲିକ, ଲିବ୍ରେରିଆନ ସୂର୍ଯ୍ୟମଣି ଦାସ, ପ୍ୟାରୀମୋହନ ମହାପାତ୍ର, ସ୍ମୃତି ସାହୁ, ସ୍ବର୍ଣ୍ଣବ ଦାସ, ପଦ୍ମା ଭାରତୀୟl ଏବଂ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
1