ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭ୍ରମ୍ୟମାଣ ଚକ୍ଷୁ ଚିକିତ୍ସା ଶିବିର

ଏରସମା, 27/04/2025, ଉତ୍କଳ voice news - utkalvoicenews.com ଚକ୍ଷୁ ମଣିଷର ଏକ ମୁଖ୍ୟ ଅଙ୍ଗ।ଚକ୍ଷୁ ବିନା ଏ ସୁନ୍ଦର ପୃଥିବୀକୁ ଦେଖିବା ଅସମ୍ଭବ।ରବିବାର ପୂର୍ବାହ୍ନରେ ଏରସମା ପଂଚାୟତ ସମ୍ମୁଖରେ ଭୂମିକା ଭ୍ରମ୍ୟମାଣ ଚକ୍ଷୁ ଚିକିତ୍ସା ଶିବିର ପହଞ୍ଚିଥିଲା। ଏଥିରେ ରୋଗୀମାନଙ୍କର ଆଖି ପରୀକ୍ଷା କରାଯାଇ ଚଷମା ବଣ୍ଟନ କରାଯାଇଥିଲା। ୭ଜଣ ମୋତିଆ ବିନ୍ଦୁ ଯୋଗୀଙ୍କୁ ଚିହ୍ନଟ କରାଯାଇ ଭୂମିକା ଚକ୍ଷୁ ଚିକିତ୍ସା କେନ୍ଦ୍ର ବଡବାଗ, ଜଗତସିଂହପୁର କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଆଜିର ଚିକିତ୍ସା ଶିବିରରେ ୮୦ରୁ ଅଧିକ ରୋଗୀ ପହଂଚିଥିଲେ। କିଛି ରୋଗୀ ଚଷମା ନ ପାଇ ଫେରିଥିଲେ। ଏହି ଭ୍ରମ୍ୟମାଣ ଶିବିରରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଦୀପ୍ତି ରଞ୍ଜନ କୁଁଅର, ଏରସମା ପୂର୍ବତନ ସରପଞ୍ଚ କମଳା ଜେନା ଉପସ୍ଥିତ ଥିଲେ l
Article Image
10