ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚନୀ ମାଉସୀକୁ ଭାବାବେଗ ବିଦାୟ

ଏରସମା, 24/12/2024, ଉତ୍କଳ voice news - utkalvoicenews.comଦୀର୍ଘ ବର୍ଷ ଧରି କୁନି କୁନି ପିଲାଙ୍କୁ ନିଜ ହାତରେ ରୋଷାଇ କରି ଖାଇବାକୁ ଦେଇ ଦେଇ ଚନୀ ମାଉସୀ ଙ୍କୁ ଷାଠିଏ ପୁରିଲା l ଆଜି ତାଙ୍କୁ ଭାବାବେଗ ପରିବେଶ ରେ ବିଦାୟ ଦିଆଯାଇ ଛି l
Article Image
ଚନୀ ମାଉସୀ ଓରଫ ଚନୀ ପ୍ରଧାନ ଖଟିକୋଳଦା ପ୍ରାଥମିକ ବିଦ୍ୟାଳୟ ରେ ରୋଷୟା ରୂପେ କାମ କରି ଅବସର ନେଇଛନ୍ତି l ମାସକୁ ଏକ ଶହ ଟଙ୍କା ଦରମା ରେ କାମ କରି ପିଲା ମାନଂକୁ ନିଜ ପିଲା ଭଳି ଦେଖନ୍ତି l ଆଜି ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଙ୍କ ତରଫରୁ ସ୍କୁଲ ପରିସରରେ ବିଦ୍ୟା ୟ ସମ୍ବର୍ଦ୍ଧନା ଦିଆଯାଇଛି l ପ୍ରଧାନ ଶିକ୍ଷକ ଗଙ୍ଗାଧର ସାହୁ ଙ୍କ ସଭାପତିତ୍ୱ ରେ କ୍ଲଷ୍ଟର ସଂଯୋଜିକା ଲଷ୍ମୀ ଲତା ବେହେରା, ପୂର୍ବତନ ସି ଆର ସି ସି ଚନ୍ଦନ ସାମଲ, ସହକାରୀ ଶିକ୍ଷୟତ୍ରୀ ପ୍ରତିମା ଜେନା, ଗ୍ରାମ୍ୟ ମୁରବି ବଂଶୀଧର ପୁହାଣ ପ୍ରମୁଖ ଯୋଗ ଦେଇ ଚନୀ ପ୍ରଧାନ ଙ୍କ ଗୁଣ ଗାନ କରିଥିଲେ l ବିଦ୍ୟାୟ ବେଳେ ପିଲା ମାନଙ୍କ ଓ ଚନୀ ମାଉସୀ ଭିତରେ ଭାବ ବେଗ ପରିବେଶ ସୃଷ୍ଟି ହୋଇଥିଲା ଚନୀ ମାଉସୀ ଙ୍କୁ ନୂତନ ବସ୍ତ୍ର, ଶୀତ ବସ୍ତ୍ର, ବିଭିନ୍ନ ଉପ ହାର ପ୍ରଦାନ କରାଯାଇଥିଲା
1