ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତୃତୀୟ ଦିନରେ ବୁଗୁଡ଼ା ଠାକୁରାଣୀ ଯାତ୍ରା , ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ଆରମ୍ଭ

ବୁଗୁଡ଼ା, 27/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ଠାକୁରାଣୀ ଯାତ୍ରାର ଦ୍ବିତୀୟ ଦିବସରେ ବିଶ୍ରାମ ନେବା ପରେ ଆଜି ତୃତୀୟ ଦିନରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ପରେ ସୁଲୋଚନା ଡାକୁଆ, ପୂର୍ଣବାସୀ ପଣ୍ଡା,ଦ୍ରୌପଦୀ ପାତ୍ର, ସଞ୍ଜୁକ୍ତା ସାହୁ ଓ ରଞ୍ଜିତା ସାହୁ ପ୍ରମୁଖ ମହିଳାଗଣ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଅସ୍ଥାନରୁ ବାହାରି ପୋଲସରା ରୋଡ, ମଦନ ମୋହନ ଛକ, ଷ୍ଟେଟ୍ ବ୍ୟାଙ୍କ ଛକ, ସିମାଞ୍ଚଳ ମାର୍ଗ, ବଢେଇ ସାହି, ନୃସିଂହ ମନ୍ଦିର ସାହି, ବେତାରସିଂ ରୋଡ, ସାନ୍ତରା ଶଙ୍ଖ ପର୍ଯ୍ୟନ୍ତ ଯାଇ ସେଠାରୁ ଫେରି ବଳଦେବ ମନ୍ଦିର ଦେଇ ଆସ୍ଥାନକୁ ବିଜେ କରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଗୃହ ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢି ପଞ୍ଚ ଠାକୁରାଣୀଙ୍କୁ ସ୍ବାଗତ ପୂର୍ବକ କୃପା ଭିକ୍ଷା କରିଥିଲେ ।
Article Image
1