ଜଗତସିଂହପୁର, 27/04/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ସଂସ୍କୃତି ଭବନ ଠାରେ ମୂର୍ଚ୍ଛନା ଓ ଓଡ଼ିଆ କଲଚର ଆର୍ଟ ଏକାଡେମୀ, ଓଡିଶା ଦ୍ୱାରା ପ୍ରସ୍ତୁତ ଉତ୍ସବ ଅବସରରେ ଜଗତସିଂହପୁରର ବିଭିନ୍ନ କୃତିଧାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ, ରଜନୀଦେବୀ ଜରାଶ୍ରମର ଅଧ୍ୟକ୍ଷା ଆଇନଜୀବୀ ମଞ୍ଜୁଲତା ରାଉତ, ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ବଟଶ୍ରୀ ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷା ଶିକ୍ଷାବିତ ବିଭୂଷିତା ଦାସ, ଶିକ୍ଷାବିତ ରୁନୁବାଳା ମଲିକ, ସାହିତ୍ୟିକା ଶିକ୍ଷାବିତ ବୈଜୟନ୍ତୀ ଅଧିକାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର ଦାସ, ମୁଖ୍ୟ ଅତିଥି ସମାଜସେବୀ ଶିକ୍ଷାବିତ ଶଶଧର ପଣ୍ଡା, ମୁଖ୍ୟବକ୍ତା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସଭାପତି ତାପସ ରାଜ ମହାରଣା, ସାହିତ୍ୟିକ ନଗେନ୍ଦ୍ରନାଥ ସ୍ୱାଇଁ ତଥା ସଂସ୍କୃତି ବିଭାଗର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ଭାଗବତ ପ୍ରଚାର ସମିତିର ମୁଖ୍ୟ ଲଙ୍ଗୁଳି ବାବାଙ୍କ ଉପସ୍ଥିତିରେ ମାନପତ୍ର ମୋମେଂଟୋ ପ୍ରଦାନ କରାଯାଇଥିଲା l