ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ବୁଗୁଡ଼ା, 28/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି । ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜେଏମଏଫସି ବିଚାରପତି ପରିଣିତା ନାୟକ ,ମୁଖ୍ୟବକ୍ତା ଭାବେ ଭଞ୍ଜନଗର କଲେଜ ପ୍ରାକ୍ତନ ଅଧ୍ଯକ୍ଷ କୃତିବାସ ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଲାଲବାହାଦୁର ପଟ୍ଟନାୟକ ଯୋଗ ଦେଇ ଓଡ଼ିଆ ଜାତିର ଚିର ଅମ୍ଲାନ ପ୍ରତିଭା ସମ୍ପନ୍ନ ଯଶସ୍ବୀ ସ୍ବାଭିମାନୀ ଭୌମିକ ପୁରୁଷ ମଧୁବାବୁଙ୍କ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅତୁଳନୀୟ ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ। ଏଥି ସହ କୋଟି କୋଟି ଓଡିଆଙ୍କ ପ୍ରାଣରେ ଜାତି ପ୍ରେମ ଓ ସ୍ବଦେଶ ପ୍ରେମ ବହ୍ନି ପ୍ରଜ୍ବଳିତ କରିଥିବା ସ୍ବାଭିମାନୀ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ l ଏ ଅବସରରେ କୋର୍ଟ ପରିସରସ୍ଥ ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବରେଣ୍ୟ ଅତିଥି ତ୍ରୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ବରିଷ୍ଠ ଆଇନଜୀବୀ ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜୀବନ ସଂଗ୍ରାମ ହୋତା ପ୍ରାରମ୍ଭିକ ସଙ୍ଗୀତ ଗାନ, ଆଇନଜୀବୀ ସିମାଞ୍ଚଳ ନନ୍ଦ ସମ୍ପାଦକ ବିବରଣୀ ପାଠ, ମାନସ ରଞ୍ଜନ ହୋତା ସମାପନ ସଙ୍ଗୀତ ଗାନ ଏବଂ ପରିଶେଷରେ ଓକିଲ ଆର୍ତ୍ତବନ୍ଧୁ ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ।
Article Image
1