ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳନ

ଜଗତସିଂହପୁର, 29/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର,ଶାଗବlରିଆଜଗତସିଂହପୁରର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ଓଡ଼ିଆ ଜାତିର ସ୍ୱାଭିମାନ ପୁରୁଷ ମଧୁସୂଦନ ଦାସଙ୍କ ଜୟନ୍ତୀ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାରମ୍ଭରେ ସଂସଦର ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ l ଏହି ସଭାରେ ମକରଧ୍ୱଜ ଶିଳ୍ପ ତାଲିମ୍ କେନ୍ଦ୍ର ଅଧ୍ୟକ୍ଷ ମହେଶ୍ୱର ସ୍ୱାଇଁ, ମୁଖ୍ୟ ବକ୍ତା ଗଙ୍ଗୋତ୍ରୀ ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ବରେଣ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ସମ୍ବାଦ ସାହିତ୍ୟଘର ସମ୍ପାଦକ ହୃଷିକେଶ ଜେନା, ଆଞ୍ଚଳିକ ପୂଜ୍ୟ ପୂଜା ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଶ୍ୟାମ ସୁନ୍ଦର ବେହେରା ପ୍ରମୁଖ ମଂଚାସୀନ ହୋଇଥିଲେ l ଅତିଥି ପରିଚୟ ସଂସଦର ସଭାପତି ପ୍ରେମ ଚରଣ ରାଉତ ପ୍ରଦାନ କରିଥିବାବେଳେ ସମ୍ବାଦ ପ୍ରତିନିଧି ତୃପ୍ତିରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଅଧ୍ୟାପକ ମାନସ ରଞ୍ଜନ ସାହୁ, ଗତେଶ୍ୱର ଯୁବପରିଷଦ ସଭାପତି ସଂଗ୍ରାମ କେଶରୀ ସ୍ୱାଇଁ, ସୁଚିନ୍ତା ଚାରିଟେବଲ ଅଧ୍ୟକ୍ଷ ଶିବପ୍ରସାଦ ସାହୁ, ପ୍ରମିଳା ମେଧାବୃତ୍ତି କମିଟି ସଭାପତି ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ମଧୁବାବୁଙ୍କ ଜୀବନ ଚରିତ ଉପରେ ଆଲୋକପାତ କରିଥିଲେ l ଅତିଥି ମାନେ ଓଡ଼ିଆ ସାହିତ୍ୟର ମାଧୁର୍ଯ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ l ପରିଶେଷରେ ସଂସଦର ସମ୍ପାଦିକା ଡ. ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
1