ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା, 29/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ମିତା ନାୟକ, ଯାଜ୍ଞସେନୀ ସ୍ବାଇଁ, ପୂର୍ଣ୍ଣିମା ରାଣୀ ପ୍ରଧାନ, ପି.ରତ୍ନମାଳା ପ୍ରଧାନ ଓ ମଣି ମହାରଣା . ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର, ପୋଲସରା ରୋଡ, ମଦନ ମୋହନ ଛକ, ପରିବା ମାର୍କେଟ୍, ଶାସ୍ତ୍ରୀ ନଗର, ଅନ୍ନପୂର୍ଣ୍ଣା ନଗର, କାଳି ମନ୍ଦିର ସାହି, ମହିମା ନଗର, ଅମିତ ନଗର, ବ୍ଲକ ଛକ, ମେଡିକାଲ ଛକ, ପୋଲସରା ରୋଡ, ସୋମନାଥ ନଗର, ବଳଦେବ ମନ୍ଦିର ପଥ ଦେଇ ଆସ୍ଥାନକୁ ଫେରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ବଳନ ସହକାରେ ପଞ୍ଚ ଠାକୁରାଣୀଙ୍କୁ ସ୍ବାଗତ କରିଥିଲେ । ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା କାଳରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ । ଏ ଅବସରରେ ଯାତ୍ରା ଉପଲକ୍ଷେ ମାନସିକଧାରୀଙ୍କ ରାମ-ଲକ୍ଷ୍ମଣ-ସୀତା ଓ ହନୁମାନଙ୍କ ବେଶ ଧାରଣ ବେଶ ଆକର୍ଷଣୀୟ ଥିଲା।
Article Image
1