କୁଜଙ୍ଗ , 30/04/2025, ଉତ୍କଳ voice news - utkalvoicenews.com
ପହେଲଗ୍ରାମରେ ଆତଙ୍କବାଦୀଙ୍କ ଗୁଳିରେ ଶିକାର ହୋଇଥିବା ନିରୀହ ମୃତକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କୁଜଙ୍ଗର ଅଗ୍ରଣୀ ସେବା ସାହିତ୍ୟ ସଂଗଠନ ପ୍ରିୟବନ୍ଧୁ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ସଂଗଠକ ଉପଦେଷ୍ଟା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇଙ୍କ ନେତୃତ୍ୱରେ ସଂଗଠନ ସଦସ୍ୟ ମାନେ ମହମ ବତୀ ଜଳାଇ ବଜାର ପରିକ୍ରମା କରିଥିଲେ l ପରେ କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ଏକ ଆତଙ୍କବାଦୀ ବିରୋଧୀ ସଭା ଅନୁଷ୍ଠିତ ହୋଇଥିଲା ଓ ନିଷ୍ଠୁର ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ନେଇ ସେମାନଙ୍କୁ ସଫେଇ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ସଭାରେ ଦାବୀ ହୋଇଥିଲା l ସଂଗଠକ ସଭାପତି ଡକ୍ଟର ରଘୁନାଥ ସାହୁ , ଉତ୍କଳ ସାହିତ୍ୟ ସମାଜ ଉପ ସଭାପତି ଜୀବନାନନ୍ଦ ଅଧିକାରୀ ,ଶିକ୍ଷାବିତ ବାବୁରାମ ଚୌଧୁରୀ ,କବି ପ୍ରଭାତୀ ମାଝୀ ,ଗୀତା ଦାସ ,ନିରୁପମା ପାଣି ,ବିଜୟ ଖଟେଇ ,ବିଭୁତି ସ୍ୱାଇଁ ,ଅରବିନ୍ଦ ମଲିକ ଓ ଶଙ୍କର ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l