ଏରସମା, 30/04/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଳକ ଜଟାଧାର ମୁହାଣ ନିକଟରୁ ଏକ ଅଣ୍ଡିରା ହରିଣ ମୃତ୍ୟୁ ଅବସ୍ଥାରେ ସ୍ଥାନୀୟ ଫରେଷ୍ଟ ରେଞ୍ଜ ଉଧାର କରି କୁଜଙ୍ଗ ବାନାଞ୍ଚଳ ଅଧିକାରୁଙ୍କୁ ଖବର ପଠାଇଥିଲେ। ୩୦ତାରିଖ ସକାଳ ୬ଟା ୫୬ମିନିଟରେ ଉଦ୍ଧାର ହରିଣକୁ ଏରସମା ପଶୁ ଚିକିତ୍ସାଳୟ ରେ ପୋଷ୍ଟ ମୋର୍ଟମ କରାଯାଇ ବାନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ କୁଜଙ୍ଗକୁ ପଠାଇ ଦିଆଯାଇଛି। ମେମୋ ନମ୍ବର ୩୭୫ ତାରିଖ ୩୦/୪/୨୦୨୫।ହରିଣ ଟି କେଉଁ କାରଣ ଯୋଗୁଁ ମରିଛି ତାହା ସନ୍ଦେହ ଭିତରେ ରହିଛି କାରଣ, ହରିଣଟିର କୌଣସି ଖଣ୍ଡିଆ ନଥିଲା କିନ୍ତୁ ଅନୁମାନ କରାଯାଏ କୌଣସି ଶିକାରୀର ଶକ୍ତ ଆଘାତରେ ମରିଥାଇ ପାରେ। ପୋଷ୍ଟ ମୋର୍ଟମ ନିରପେକ୍ଷ ରିପୋର୍ଟ ଆସିଲେ ଅଧିକ ତଥ୍ୟ ଜଣାପଡିବ ଅନୁମାନ କରାଯାଏ।ଏରସମା ପଶୁ ଡାକ୍ତର ଖାନାରେ ପହଂଚିବା ସମୟରେ ହରିଣ ଠାରୁ ପ୍ରଚୁର ରକ୍ତ ଶ୍ରାବ ହେଉଥିଲା ଯାହା ସ୍ଥାନୀୟ ଲୋକ କହିଛନ୍ତି। ଏଣୁ କିଛି କର୍ମଚାରି ହରିଣ ଉପରେ ପାଣି ଢାଲି ପକାଏଇଥିଲେ। ହରିଣଟିର ଓଜନ ପ୍ରାୟ ୧ କୁଇଣ୍ଟାଲ ହେବ।ଗଣ ମାଧ୍ଯମକୁ ଫଟୋ ଉଠାଇବାକୁ ମନା କରିଥିଲେ। ଜଙ୍ଗଲ ନଷ୍ଟ ଯୋଗୁଁ ନିରୀହ ବନ୍ୟପ୍ରାଣୀ ଙ୍କ ମୃତ୍ୟୁ ନା ଶିକାରୀର ମାୟା ଜାଲରେ ବନ୍ୟ ପ୍ରାଣିଙ୍କ ଜୀବନ ଯାଉଛି ତାହା ଅଧିକ ତଦନ୍ତ ହେଲେ ଜଣା ପଡିବ।