ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅକ୍ଷୟ ତୃତୀୟା ଲବଣ ସତ୍ୟାଗ୍ରହ ଜନ୍ମଦିନ

କୁଜଙ୍ଗ , 30/04/2025, ଉତ୍କଳ voice news - utkalvoicenews.com
Article Image
ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସରେ ଲବଣ ସତ୍ୟାଗ୍ରହ ଅନନ୍ୟ।ଏହାର ସବିଶେଷ ତଥ୍ଯ ଓ ସତ୍ୟ ପାଠ୍ଯ ପୁସ୍ତକରେ ସ୍ଥାନ ପାଇ ପାରିଲେ ଆଗାମୀ ପିଢ଼ି ମାନଙ୍କ ଭିତରେ ଜାତୀୟତା ଭାବ ବୃଦ୍ଧି ପାଇବବୋଲି କୁଜଙ୍ଗ ଠାରେ ଆୟୋଜିତ ଲବଣ ସତ୍ୟାଗ୍ରହର ପଞ୍ଚାନବେତମ ପୂର୍ତ୍ତି ପାଳନ ଅବସରରେ ମତ ପ୍ରକାଶ ପାଇଛି।କୁଜଙ୍ଗସ୍ଥିତ ନ୍ଯାସନାଲ‌ ସ୍କୁଲ ପରିସର ମଧ୍ୟରେ ସାହିତ୍ୟ,ସ‌ସ୍କୃତି,ଶିକ୍ଷା ଓ ସାମାଜିକ ସଙ୍ଗଠନ 'ପ୍ରିୟବନ୍ଧୁ' ପକ୍ଷରୁ ଆୟୋଜିତ ନାଟ୍ୟକାର ଡଃ ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚାନବେତମ ଲବଣ ସତ୍ୟାଗ୍ରହ ସ୍ମାରକୀ ପାଳନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ସୁଧାଂଶୁ ମୋହନ ଶତ‌ପଥୀ ଯୋଗଦେଇ ଲବଣ ଆଇନ୍‌‌ ଅମାନ୍ୟ କରି କୁଜଙ୍ଗର କଳିଆପାଟ,ଚଟୁଆର ବେଢିମଠ, ଏରସମା ଆଦି ଅଞ୍ଚଳର ଅସଂଖ୍ୟ ନରନାରୀ ଯେଉଁ ତ୍ୟାଗ ସହିଛନ୍ତି ତାହାର ଇତିହାସ ଆଗାମୀ ଦିନ ମାନଙ୍କରେ ଯେପରି ଜନ ମାନସରୁ ଉଭେଇ ନଯାଏ, ଏବେ ଠାରୁ ସତର୍କ ରହିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପୀତାମ୍ବର ତରାଇ କହିଥିଲେ, ଭାରତୀୟ ମୁକ୍ତି ସଂଗ୍ରାମରେ ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ଥିଲା ଅବିସ୍ମରଣୀୟ ଗଣ କାର୍ଯ୍ୟକ୍ରମ।ଏଥିରେ କୁଜଙ୍ଗ ଅଧିବାସୀ ବ୍ରିଟିଶ ପ୍ରଶାସନ ଭୟରେ ଅଂଶ ଗ୍ରହଣ କରିବେ କି ନାହିଁ, ସଂଶୟ ଭିତରେ ଥିଲାବେଳେ କୁଜଙ୍ଗ ରାଣୀ ଭାବବତୀ ପାଟ ମହା ଦେଇ ପ୍ରଥମ କରି ୧୯୩୦, ଅକ୍ଷୟ ତୃତୀୟାରେ ରାଜନଅର ତ୍ୟାଗ କରି ନେତୃତ୍ବ ନେବାରୁ ପ୍ରାୟ ଦଶ ହଜାର ମହିଳା ଲବଣ ଉତ୍ପାଦନର କଳା ଆଇନ୍‌ ଭଙ୍ଗକରି ଗାନ୍ଧୀଜୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ କୁଜଙ୍ଗର ସ୍ଥାନ ସ୍ବତନ୍ତ୍ର ବୋଲି କହିଥିଲେ। ସମ୍ମାନିତ ଅତିଥି ଉତ୍କଳ ସାହିତ୍ୟ ସମାଜର ଉପ ସଭାପତି ଜୀବନାନନ୍ଦ ଅଧିକାରୀ,ଶିକ୍ଷାବିତ ସୁଧାକର ବିଶ୍ୱାଳ ଓ ସମାଜସେବୀ ବିଜୟ କୁମାର ଖଟେଇ ,ହଜାର ହଜାର ସଂଖ୍ୟକ ସତ୍ଯାଗ୍ରହୀଙ୍କୁ ଦେଖି ଇଂରେଜୀ ଫଉଜ ପଛ ଘୁଂଚା ଦେବା ଥିଲା ଆଶ୍ଚର୍ଯ୍ୟଇସିସି ବୋଲି ମତ ପ୍ରକାଶ କରିଥିଲେ ।କୁଜଙ୍ଗଠାରେ ଲବଣ ସତ୍ୟାଗ୍ରହର ଏକ ସ୍ମାରକୀ ନିର୍ମାଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ ସଭାପତି ଡ଼ଃ ସାହୁ। ପ୍ରାରମ୍ଭରେ ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟକ୍ଷା ପ୍ରମିଳା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ନିକାଶ ଦଳେଇ ,ଶୁଭଦ୍ରl ନାୟକ , ସ୍ମୃତିରେଖା ପ୍ରଧାନ , ଚିନ୍ମୟୀ ସ୍ୱାଇଁ , ମୋନାଲିସା ଦାସ ଓ ସୁଚିସ୍ମିତା ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ l କବି ଗୀତା ଦାସ ଓ ରୁନିବାଳା ମଲିକ ଦେଶ ପ୍ରୀତି କବିତା ପାଠ କରିଥିଲେ l
Article Image
Article Image
Article Image
1