ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାତ୍ରୀବାହୀ ବସ୍ ଧକ୍କାରେ ଏଏନଏମ ଦିଦିଙ୍କ ମୃତ୍ୟୁ

ବୁଗୁଡ଼ା, 30/04/2025, ଉତ୍କଳ voice news - utkalvoicenews.com୨୯/୦୪ (ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡ଼ା ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କା ହୋଇ ଜନୈକା ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ କାନସୁକା ଏଏନଏମ ଦିଦି ରଚନା କୁମାରୀ ପ୍ରଧାନ (୪୨)। ପ୍ରକାଶ ଯେ, ଆଜି ଅପରାହ୍ନରେ ରଚନା ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଗୁଡ଼ାରୁ କାନସୁକା ଗାଁକୁ ସ୍ବାମୀଙ୍କ ସହ ସ୍କୁଟିରେ ଫେରୁଥିବା ବେଳେ ବଡଶଙ୍ଖ ନିକଟରେ ମା’ ସାରଳା ନାମକ ଯାତ୍ରୀବାହୀ ବସ୍ ସହ ଧକ୍କା ହୋଇଥିଲା ଏବଂ ସେ ଛିଟିକି ପଡିଥିଲେ। ଦୁର୍ଘଟଣା ଯୋଗୁଁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲେ ହେଁ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ପୋଲିସ ଥାନାରେ କେସ୍ ନଂ ୨୮୨/୨୫ରେ ଏକ ମାମଲା ରୁଜୁ ହୋଇଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।
1