ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ବିଜେଡି ପକ୍ଷରୁ ୨୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଏରସମା, 26/12/2024, ଉତ୍କଳ voice news - utkalvoicenews.comବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପକ୍ଷରୁ ଏରସମା ସତ୍ୟଶିବ ମଣ୍ଡପ ପରିସରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ସାରଦା ଜେନାଙ୍କ ନେତୃତ୍ଵରେ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଯୋଗଦେଇ ୨୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ବିଜେଡ଼ି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିତବାସ ଗଚ୍ଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଶାରଦା ପ୍ରସନ୍ନ ଜେନା ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସାରା ଓଡ଼ିଶାରେ ବିକାଶ ମୂଳକ କାର୍ଯ୍ୟ କରାଯାଇଥିଲା।
Article Image
ମାତ୍ର ବର୍ତ୍ତମାନ ବିଜେପି ସରକାର ବିଭିନ୍ନ ପ୍ରକାର ମିଥ୍ୟା ପ୍ରତିଶୁତି ଦେଇ ଓଡ଼ିଶା ବାସୀଙ୍କୁ ଠକିଥିବା ଅଭିଯୋଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ବ୍ଲକ ସଭାପତି ପିତବାସ ଗଛାୟତ,ଢ଼ିଙ୍କିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡ଼ା, ବାଲିତୁଠ ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଭୁରଞ୍ଜନ ସାମନ୍ତରାୟ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥି ରାଉତ, ଏରସମା ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ବାଲିକୁଦା ବ୍ଲକ ଅଧକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ବ୍ଲକ ଉପାଧକ୍ଷ ବିକାଶ କୁମାର ପରିଡ଼ା, ବାଲିକୁଦା ବ୍ଲକ ସଭାପତି ରତ୍ନାକର ନାୟକ, ଜପା ପଞ୍ଚାୟତର ନାୟବ ସରପଞ୍ଚ ରାକେଶ କୁମାର ସ୍ବାଇଁ,ଏରସମା ବ୍ଲକ ବିଜୁ ଜନତା ଦଳ ଯୁବ ସଭାପତି ବିଭୂତି ଭୂଷଣ ରାୟ, ବାଲିକୁଦା ବ୍ଲକ ବିଜୁ ଜନତା ଦଳ ଯୁବ ସଭାପତି ଶୁଭେନ୍ଦୁ ଦାସ, ଏରସମା ଯୁବ ବିଜେଡ଼ି ସଂଗଠକ ସମୀର ରଞ୍ଜନ ସ୍ଵାଇଁ,ସମାଜସେବୀ ମହେନ୍ଦ୍ର ସେନାପତି,ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର,ଜିଲ୍ଳା ଉପସଭାପତି ବିଜୟ କୁମାର ପାଲ, ଜିଲ୍ଲା ପରିଷଦ ସଭ୍ୟା ରାଣୀ ଟୁଡୁ, ରୁନିଲତା ବେହେରା, ତଟିନା ସ୍ଵାଇଁ, ପ୍ରଣବ ସ୍ବାଇଁ, ଗୋଡ଼ା ସରପଞ୍ଚ ବିଶ୍ଵକଲ୍ୟାଣୀ ନାୟକ, ନୂଆଡି ସରପଞ୍ଚ ବ୍ରଜ ପ୍ରଧାନ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ସମିତି ସଭ୍ୟା ସୋର୍ଣ୍ଣଲତା ସେନାପତି, ସମିତି ସଭ୍ୟ ସୁନିଲ ଗୋଚ୍ଛାୟତ, ସମିତି ସଭ୍ୟ ଧନଞ୍ଜୟ ସାହୁ, ସମାଜସେବୀ ରବିନ୍ଦ୍ର କୁମାର ନାୟକ, ଗଣେଷ ରାଉତ, ଲୋକନାଥ ରାଉତ, ଦେବଦତ୍ତ ସାହାଣୀ, ସୋନକ ସାସମଲ, ଶ୍ୟାମସୁନ୍ଦର ରାଉତ, ଡ. ତମିଲ୍ ପ୍ରଧାନ, ଅକ୍ଷୟ କୁମାର ବେହେରା, ନାରାୟଣ ବର୍ଦ୍ଧନ, ଯଦୁନାଥ ଖଟୁଆ ପ୍ରମୁଖ ଯୋଗଦେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।
Article Image
1