ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରିଶ୍ରମିକ ପାଇବାରୁ ବଞ୍ଚିତ ଯାତ୍ରା କଳାକାର।

କୁଜଙ୍ଗ , 30/04/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସାହାଡ଼ାବେଦୀ ଗ୍ରାମରେ ଥିବା ଯାତ୍ରା ସୂର୍ଯ୍ୟ ଶାରଦା ଗଣନାଟ୍ୟର ମାଲିକ ବାପି ଜେନାଙ୍କ ନାମରେ କଳାକାରଙ୍କ ପକ୍ଷରୁ ସ୍ଥାନୀୟ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି।ତେବେ ବାଲିକୁଦା ଥାନା ଅନ୍ତର୍ଗତ ଫୁଲ ବେଲାରୀ ଗ୍ରାମର ଭ୍ରର୍ମର ବର ଶୁକ୍ଳାଙ୍କ ଝିଅ ବାସନ୍ତୀ ଶୁକ୍ଳାଙ୍କୁ ଏରସମା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ସାହାଡ଼ାବେଦୀ ଗ୍ରାମର ବୀରବର ଜେନାଙ୍କ ପୁଅ ବାପି ଜେନା ନିଜ ଅନୁଷ୍ଠାନ ଯାତ୍ରା ସୂର୍ଯ୍ୟ ଶାରଦା ଗଣନାଟ୍ୟରେ ଆଟିଷ୍ଟ୍ ଭାବେ କଳା ପଦର୍ଶନ କରିବାକୁ ନେଇ ଥିବା ବେଳେ ମାସିକ ପାରିଶ୍ରମିକ ୨୦ହଜାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ।ମାତ୍ର ଯାତ୍ରା ସୂର୍ଯ୍ୟ ଶାରଦା ଗଣନାଟ୍ୟ ମାଲିକ ବାପି ଜେନା ଶ୍ରୀମତୀ ଶୁକ୍ଳାଙ୍କୁ ପାରିଶ୍ରମିକ ନ ଦେବାରୁ ସେ ସ୍ଥାନୀୟ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ବାସନ୍ତୀ ଶୁକ୍ଳା ଓ ଯାତ୍ରା ସୂର୍ଯ୍ୟ ଶାରଦା ଗଣନାଟ୍ୟର ଅନ୍ୟ କଳାକାର ମାନେ କିପରି ପାରିଶ୍ରମିକ ଫେରି ପାଇବେ ସେ ନେଇ ଗଣ ମାଧ୍ୟମ ଜରୀଆରେ ଆକୁଳ ନିବେଦନ କରିଛନ୍ତି।
Article Image
Article Image
10