ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୁଗୁଡ଼ା, 30/04/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ଏନଏସିର ଅବସରପ୍ରାପ୍ତ କର୍ମଚାରୀ ପ୍ରତାପ ସିନ୍ଧୁ ବାଡତ୍ଯାଙ୍କୁ ବୁଧବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନ୍ଏସି କାର୍ଯ୍ଯାଳୟରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ମଚାରୀ ପ୍ରତାପ ବାଡତ୍ଯାଙ୍କର ନିଷ୍ଠାପର କାର୍ଯ୍ୟକଳାପ ସଂପର୍କରେ ଭୂୟସୀ ପ୍ରଶଂସା କରାଯାଇଥିଲା।ଏ ଅବସରରେ ଅବସରପ୍ରାପ୍ତ କର୍ମଚାରୀ ପ୍ରତାପ ସିନ୍ଧୁ ବାଡତ୍ଯାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୌର ପରିଷଦ ସଂଘର ସଭାପତି ଅଶୋକ କୁମାର ସାହୁ,ଉପସଭାପତି ଜଗଦିଶ ପଣ୍ଡା, ସଂପାଦକ ଗୌତମବୁଦ୍ଧ ଡାକୁଆ ଏବଂ ଅନ୍ଯ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
9