ପାରାଦ୍ୱୀପ, 27/12/2024, ଉତ୍କଳ voice news - utkalvoicenews.comତା ୨୭-୧୨-୨୦୨୪ ପାରାଦ୍ୱୀପ ସର୍କିଟ ହାଉସ ସଭାଗୃହରେ ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପାରାଦୀପ ଅତିରିକ୍ତ ଜିଲାପାଳ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧକ୍ଷତାରେ ପାରାଦୀପ ସର୍କିଟ ହାଉସ ଠାରେ ରୋଡ଼ସେଫଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏଥିରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଜାତୀୟ ରୋଡ଼ ସେଫଟି ସପ୍ତାହ ବିଷୟରେ ଜିଲା ସ୍ତରୀୟ କାର୍ଯ୍ୟକ୍ରମ କୁ ଏନଫୋର୍ସମେଣ୍ଟ ଇଞ୍ଜିନିୟରିଂ, ଜରୁରୀ ଚିକିତ୍ସା ଏବଂ ଦୁର୍ଘଟଣା ବିଲୁପ୍ତ ଶିକ୍ଷା ବିଷୟରେ ବିସ୍ମୃତ ଭାବରେ ଉତଥାପାନ କରିଥିଲେ I ଅତିରିକ୍ତ ଜିଲାପାଳ,ଶ୍ରୀ ବେହେରା ଦୁର୍ଘଟଣା ସମୟରେ ତୁରନ୍ତ ପ୍ରତିକାର ସହ ସମସ୍ତ ଆମ୍ବୁଲାନ୍ସ କିପରି ସଠିକ୍ ସମୟରେ ସହଯୋଗ କରିପାରିବେ, ସେଥିପ୍ରତି ଅତିରିକ୍ତ ଅଧ୍ୟକ୍ଷ ପୋଲିସ କାର୍ଯ୍ୟଳୟ ସହ ଯୋଗାଯୋଗ ରେ ରହିବେ, ସଂପ୍ରତି ଉକ୍ତ କାର୍ଯ୍ୟକୁ କିପରି ରୂପାୟନ ହୋଇପାରିବ ସେଥିପ୍ରତି ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ଉକ୍ତ ଆଲୋଚନା ସହ ଦୁର୍ଘଟଣା ର କାରଣ ଏବଂ ତାର ପ୍ରତିକାର ବିଷୟ ରେ ଆଲୋକପାତ କରିଥିଲେ I ତତ୍ସହିତ ଆସନ୍ତା ୨୦୨୫ ବର୍ଷ ଜାନୁଆରୀ ୧ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ଜିଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ପିକନିକ୍ ସ୍ଥାନରେ ଏବଂ ଧର୍ମ ପିଠ ରେ ଦୁର୍ଘଟଣା ସଚେତନତା ବ୍ୟାନର ଲାଗିବା, ସଚେତନତା ରଥ ବୁଲିବା, ସ୍କୁଲ ଏବଂ କଲେଜ ପିଲାଙ୍କୁ ସଚେତନ କରିବା ସହ ସେମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗୀତା, କୁଇଜ୍, ସ୍ଲୋଗାନ ଏବଂ ରୋଡ଼ ସେପ୍ଟି ସଂକ୍ରାନ୍ତିୟ ପେଣ୍ଟିଂ ସହ ଉକ୍ତ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ I ଏଥିରେ ଅତିରିକ୍ତ ଅଧକ୍ଷ ପୋଲିସ ଶ୍ରୀ ସ୍ମୃତି ରଞ୍ଜନ କର ଜାତୀୟ ରୋଡ଼ ସେଫଟି ସପ୍ତାହରେ ସମସ୍ତଙ୍କ ସହଯୋଗ ରେ କିପରି ଦୁର୍ଘଟଣା ଶୂନ୍ୟ ଜିଲା ଭାବରେ ଜିଲାକୁ ପରିଗଣିତ କରିହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I ଶେଷରେ ପାରାଦୀପ ମୁନିସପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଉପସ୍ଥିତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ , ଉକ୍ତ ବୈଠକ ରେ ପାରାଦ୍ଵୀପ ମେଡିକାଲ ଅଧିକାରୀ ଡଃ ବସନ୍ତ କୁମାର ରାଉତ , ଅଏଲ ରିଫାଇନ ଅଧିକାରୀ , ୱିଫିକୋ ଅଧିକାରୀ ,ସମସ୍ତ ମୋଟର ଯାନ ଆସୋସିଏସନ କର୍ମକତା , ଜେ .ଏସ. ଡବ୍ଲୁ ଅଧିକାରୀ,ବି .ପି. ସି. ଏଲ ଅଧିକାରୀ ,ଏଚ. ପି. ସି. ଏଲ ଅଧିକାରୀ,ଜାତୀୟ ସ୍ବେଛାସେବୀ ସଂଗଠନ ମଦର ଟେରେସା ଫାଉଣ୍ଡେସନର ରାଜ୍ୟ ଅଧ୍ୟକ୍ଷ ତଥା ସମାଜସେବୀ ଡଃ ସୁନାକର ବେହେରା ଓ ଆହ୍ୱାନ ଫାଉଣ୍ଡେସନ ର କର୍ମକର୍ତା, ମାନବ ଅଧିକାର କର୍ମକର୍ତା ଏବଂ ସାମ୍ବାଦିକ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ସହ କିପରି ସଡକ ସୁରକ୍ଷା ସପ୍ତାହ ସୁଚାରୁ ରୂପେ ପାଳନ ହେବ ସେଥିପାଇଁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ I
