ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗରିବ ଦରିଦ୍ର ଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଯୁବ ବ୍ୟବସାୟୀ ଉଜ୍ବଳଦ୍ଵୀପ୍

କଟକ, 30/04/2025, ଉତ୍କଳ voice news - utkalvoicenews.com
Article Image
ବୃଦ୍ଧ ଗରିବ ଙ୍କ ମୁହଁରେ ହସ ଫୁଟାଉଛନ୍ତି କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ବ୍ଲକ ଦାଶରଥିପୁର ଶାସନ ଗ୍ରାମର *ସ୍ବର୍ଗତ ଲକ୍ଷ୍ମୀଧର ରଥ ଙ୍କ ପୁଅ ଉଜ୍ବଳଦ୍ଵୀପ୍ ରଥ* , ପେଶା ରେ ସେ ଜଣେ ଆୟୁର୍ବେଦିକ ଔଷଧ ବ୍ୟବସାୟୀ। କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଉଜ୍ବଳଦ୍ଵୀପ୍ ତାଙ୍କ ବାପା ଙ୍କ ସ୍ମୃତି ରେ ଏକ ଫାଉଣ୍ଡେସନ ଗଢିଛନ୍ତି *ଲକ୍ଷ୍ମୀଧର ଫାଉଣ୍ଡେସନ* । ଯାହାର ଲକ୍ଷ୍ୟ ହେଉଛି ଅନାଥ ଆଶ୍ରମ, ଜରାଶ୍ରମ, ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମନ୍ଦିର, ମସଜିଦ, ବସ୍ତି ରେ ଯେଉଁ କିଛି ଅସହାୟ, ଗରିବ, ଅନ୍ଧ, ମୁକ,ବଧିର,ଲେପର୍ଶି, ବୃଦ୍ଧ ଲୋକ ମାନେ ଦିନକୁ ଗଣ୍ଡେ ଭଲରେ ଖାଇବାକୁ ପାଉ ନାହାଁନ୍ତି, ଖଣ୍ଡେ ଡ୍ରେସ୍ ପିନ୍ଧିବାକୁ ପାଉନାହାନ୍ତି ତାଙ୍କ ପାଖରେ ପହଞ୍ଚି, ତାଙ୍କ ମୁହଁ ରେ ଟିକେ ଖୁସି ଦେବା। ତାଙ୍କୁ ଟିକେ ଭଲ ପାଇବା ଦେବା । ଗତ ୨ ବର୍ଷ ହେଲା ଏଇ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି ଉଜ୍ଜଳଦ୍ବୀପ୍ , ସେ କୁହନ୍ତି ଯେତିକି ଦିନ ସମ୍ଭବ ଆମେ ଏଇ ସେବା ଜାରି ରଖିବୁ, ଆମର ବେସରକାରୀ ସଂସ୍ଥା । ସରକାର ଙ୍କ ତରଫରୁ କିଛି ସାହାଯ୍ୟ ଆମକୁ ମିଳିନି, ଆମେ ଆମ ଚେଷ୍ଟା ରେ ଯେତିକି ସମ୍ଭବ ସେବା କରୁଚୁ। ସରକାର ଙ୍କ ତରଫ ରୁ ଆମକୁ କିଛି ସହାଯ୍ୟ ମିଳିଲେ ଆମେ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବୁ ଏବଂ ସେବା କରିପାରିବୁ । ଉଜ୍ବଳଦ୍ବୀପ୍ କୁହନ୍ତି ତାଙ୍କୁ ତାଙ୍କ ମା ଗୀତାଞ୍ଜଳୀ ସବୁବେଳେ ପ୍ରୋତ୍ସାହିତ କରି ଆସିଛନ୍ତି , ଓ ତାଙ୍କ ପତ୍ନୀ ପ୍ରଜ୍ଞା ଏବଂ ତାଙ୍କ ପରିବାର ସହଯୋଗ କରୁଛନ୍ତି।
Article Image
Article Image
Article Image
1