ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

ଏରସମା, 02/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମରେ ଅଷ୍ଟବିଂଶତମ ବାର୍ଷିକ ଶ୍ରୀରାମ ଚରିତ ମାନସ ପାରାୟଣ ଓ ଗୀତାଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରାମଦୟା ପରିଷଦ ଜନାର୍ଦ୍ଦନପୁର ମାରୁତୀ ମଣ୍ଡପ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବାର୍ଷିକ ଉତ୍ସବର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା,ଘଟସ୍ଥାପନ,ସୂର୍ଯ୍ୟପୂଜା ଓ ବିଭିନ୍ନ ଦିବସରେ ଗୋପୂଜା,ଷୋଡ଼ଷ ଉପଚାର ପୂଜା,ରାମ ଜନ୍ମ,ରାମ ବିବାହ ,ସୁନ୍ଦରାକାଣ୍ଡ, ରାବଣ ନିଧନ ଘ୍ରୃତଯଜ୍ଞ,ମାନସ ପାରାୟଣ, ହନୁମାନ ଚାଳିଶା ପ୍ରତ୍ୟେହ ଭାଗବତ ପାଠ ସହସ୍ରନାମ ଆହୁତି ପୂର୍ଣ୍ଣାହୁତି ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଛି।ବିଭିନ୍ନ ସନ୍ଧ୍ୟାରେ ପ୍ରବଚନ ପରିବେଷଣ ସହିତ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା।ଶ୍ରୀ ରାମଦୟା ପରିଷଦ ଜନାର୍ଦ୍ଦନପୁର ଗ୍ରାମର ସମସ୍ତ ଗ୍ରାମ ବାସୀମାନେ ଉତ୍ସବ ପରିଚାଳନା କରିଥିଲେ।
Article Image
1