ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲକ୍ଷାଧିକ ଟଙ୍କା ସୁନା ଗହଣା ଚୋରି

ଏରସମା, 02/05/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅଧିନ ଚଟୁଆ ପଞ୍ଚାୟତର ଜନାର୍ଦ୍ଧନ ପୁର ଗ୍ରାମର ସାବିତ୍ରୀ ପ୍ରଧାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ଜନାର୍ଦ୍ଧନ ପୁର ଗ୍ରାମର ସାବିତ୍ରୀ ପ୍ରଧାନଙ୍କ ଶଶୁର ଗତ ଏକ ତାରିଖ ଦିନ ତାଙ୍କ କଟକସ୍ଥିତ ଘରକୁ ଯାଇଥିଲେ ।ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ଛାତ ଉପର ସେଡି ଘର କବାଟ ଭାଙ୍ଗି, ଘର ଭିତରକୁ ପଶି ଗଡରେଜରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଯାଇଛନ୍ତି ।ଥାନାରେ ଅଭିଯୋଗ ଅନୁସାରେ ସୁନାର ମୂଲ୍ୟ ପାଖାପାଖି ଷୋଳ ଲକ୍ଷ ଟଙ୍କା ବୋଲି ଅଭିଯୋଗ ହୋଇଛି । ଅଭିଯୋଗ କାରିଣୀ ସାବିତ୍ରୀ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି କୁଜଙ୍ଗ ଥାନା ସବ୍ ଇନ୍ସପେକ୍ଟର ଅଜୟ ସିଂ ଖଣ୍ଡଗିରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶନିବାର ଦିନ ସାଇଣ୍ଟିଫିକ ଟିମ ଆସିବାର ଯୋଜନା ରହିଥିବା କୁଜଙ୍ଗ ପୋଲିସ ପକ୍ଷରୁ ସୂଚନା ମିଳିଛି ।
Article Image
1