ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲ୍ଯବିବାହ ମୁକ୍ତ ପାଇଁ ସଚେତନତା ରାଲି

ବୁଗୁଡ଼ା, 02/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଳକ ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଅକ୍ଷୟ ତୃତୀୟା ଠାରୁ ସପ୍ତାହ ବ୍ଯାପୀ ବାଲ୍ଯବିବାହ ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ବୁଗୁଡା ଶିଶୁ ପ୍ରକଳ୍ପ ଅଧିକାରୀଣି ବବିତା କୁମାରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅଞ୍ଚଳ ପରିଦର୍ଶିକା ଲିଲି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ବୈଠକ କରାଯାଇ ବିଷ୍ଣୁଚକ୍ର ଗ୍ରାମକୁ ବାଲ୍ଯବିବାହ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଯାଇଥିଲା।କମ୍ ବୟସରେ ବିବାହ ଏକ ଅପରାଧ ତେଣୁ ନିଜେ ସଚେତନ ରହି ଅନ୍ଯ ମାନଙ୍କୁ ସଚେତନତାର ବାର୍ତ୍ତା ଦେବାପାଇଁ ଏକ ଶପଥ ପାଠ କରାଇ କନ୍ୟା ସନ୍ତାନ କୁ ୧୮ ବର୍ଷ ପୂର୍ବରୁ ବିବାହ ନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା।ପରିଶେଷରେ ଏକ ରାଲି ମାଧ୍ୟମରେ ବିଷ୍ଣୁଚକ୍ର ଗ୍ରାମର ପ୍ରତ୍ୟେକ ସାହି ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ ଯଶସ୍ବିନୀ ପଟନାୟକ, ରଞ୍ଜୁ ସେଠୀ, ଜ୍ଯୋତ୍ସା କୁମାରୀ ପରିଡା ଓ ସୁନିତା ବେହେରା ସମେତ ଅଙ୍ଗନବାଡ଼ି ସହାୟିକା ଓ ସମସ୍ତ କିଶୋରୀ ବାଳିକା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
Article Image
Article Image
1