ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାବାଳ ପୋଖରିରେ ବୁଡି ମୃତ୍ୟୁ

ବୁଗୁଡ଼ା, 02/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ପୋଖରୀ ପାଣିରେ ବୁଡି ନାବାଳକର ମୃତ୍ୟୁ , ମୃତ ନାବାଳକ ଜଣକ ହେଲେ ଗୋପି ବେହେରା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ଥ ବିରଞ୍ଚିପୁର ଗ୍ରାମରେ । ସୂଚନା ମୁତାବକ ସବୁଦିନ ଭଳି ଆଜି ମଧ୍ୟ ଗୋପି ନିଜ ଗ୍ରାମ ରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଜାଇଥିବା ବେଳେ କୌଣସି ଅସାବଧାନତା ହେତୁ ସେ ଗଭୀର ଜଳ ଭିତରକୁ ଚାଲିଜାଇଥିଲେ । ଗଭୀରଜଳ ଭିତରୁ ବାହାରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗୋପି ବାହାରି ପାରିନଥିଲା। ଅନ୍ଯପଟେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଗୋପିଙ୍କୁ ପାଇପାରି ନଥିଲେ । ଗାଁର କିଛି ଲୋକ ପୋଖରୀରେ ଗୋପିଙ୍କୁ ଭାସମାନ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ଗୋପିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।ପରେ ଗ୍ରାମବାସି ଗୋପିଙ୍କୁ ଭାସମାନ ଅବସ୍ଥାରେ ଉଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମେଡିକାଲରେ ବୁଗୁଡା ଥାନା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ଯବଛେଦ କରିବାପାଈଁ ଉଦ୍ଯମ ଚଲାଇଥିବା ଜଣାପଡିଛି।
1