ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘରୁ ଡାକିନେଇ ଯୁବକଙ୍କୁ ନିର୍ମମ ହତ୍ୟା।

କୁଜଙ୍ଗ , 03/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟା କାଣ୍ଡ।ଘରୁ ଡାକିନେଇ ଗାଁ ପଡିଆରେ ମାରଣାସ୍ତ୍ରରେ ବିଭତ୍ସ ଭାବେ ହତ୍ୟା କଲେ ଦୃର୍ବୁତ୍ତ ମାନେ।ସୂଚନା ମୁତାବକ କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମର ରମାକାନ୍ତ ବେହେରା ଜଣେ ଦିନ ମଜୁରିଆ ଭାବେ ସେ ରୋଷେଇ କରି ପରିବାର ପ୍ରତିପୋଷଣ କରନ୍ତି।ଗତକାଲି ସଂନ୍ଧ୍ଯାରେ ରମାକାନ୍ତ ଓ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା।ମାତ୍ର ସେହି ବଚସାକୁ କେନ୍ଦ୍ରକରି ସାଙ୍ଗ ମାନେ ବିଳମ୍ବିତ ରାତିରେ ରମାକାନ୍ତକୁ ଶୋଇଥିବା ଅବସ୍ଥାରେ ଘରୁ ଡାକିନେଇ ଗାଁ ବାଙ୍କ ମୁଣ୍ଡ ପୋଲ ନିକଟରେ ହତ୍ୟା କରି ଗାଁ ବିଣାପାଣୀ କ୍ଲବ ଚଉଁରା ନିକଟରେ ପକାଇ ଦେଇଥିଲେ।ଖବର ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରମାକାନ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ କୁଜଙ୍ଗ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିବା ବେଳେ ମୁଖ୍ୟ ଆସାମୀ ଫେରାର ହୋଇଯାଇଥିବା ଜଣାପଡିଛି।ତେବେ ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇବା ସହିତ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏହାକୁ ନେଇ ଅଧିକ ଛାନଭିନ୍ ଚଳାଇଛି ବୋଲି ଏସଡିପିଓ ଚିନ୍ମୟ ରାଉତ୍ ପ୍ରକାଶ କରିଛନ୍ତି।
Article Image
1