ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ଵଜିତ ରାଉତ ଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କା ଏରସମା ଟପର

ଏରସମା, 03/05/2025, ଉତ୍କଳ voice news - utkalvoicenews.com
Article Image
ଚଳିତ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଏରସମା ବ୍ଲକର ୩୨ ଗୋଟି ଉଚ୍ଚ ବିଦ୍ୟାଳୟରୁ ୨୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସରକାରୀ ଉଚ୍ଚ ବିଦ୍ୟାଳୟ ଏରସମାରେ ପାଠ ପଢୁଥିବା ଛାତ୍ର ବିଶ୍ଵଜିତ ରାଉତ ୬୦୦ରୁ ୫୪୮ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କା ୬୦୦ରୁ ୫୪୪ ନଂ ରହି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।କନ୍ଦରପୁରୁ ଗ୍ରାମର ଯଚିନ୍ଦ୍ର କୁମାର ରାଉତଙ୍କ ପୁଅ ବିଶ୍ଵଜିତ ରାଉତଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି। ଏହି ଶ୍ରେୟ ସେ ଭଗବାନ,ବାପା,ମା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି। ଡକ୍ଟର ହେବାକୁ ସେ ଲକ୍ଷ ରଖିଛନ୍ତି। ସେହିପରି ଏରସମା ବ୍ଲକ ଅନ୍ତର୍ଗତ କାଣୀପଦା ଗ୍ରାମର ପ୍ରକାଶ ଲେଙ୍କାଙ୍କ ଝିଅ ପ୍ରଜ୍ଞା ପ୍ରିୟଦର୍ଶିନୀ ଲେଙ୍କାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।ଏହି ଶ୍ରେୟ ସେ ଭଗବାନ,ପିତା,ମାତା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି। ପୋଲିସ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ରଖିଛନ୍ତି ପ୍ରଜ୍ଞା।
Article Image
1