ଏରସମା, 27/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ୭ ପଞ୍ଚାୟତ ଯଥା : ବାଲିତୁଠ, ବାମଦେଇପୁର, ଢିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ, ଚଟୁଆ ଓ ବଳେଇପୁର ପଞ୍ଚାୟତର ଜନ ପ୍ରତିନିଧି ଓ ଚାଷୀ ମାନଙ୍କୁ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବାଲିତୁଠ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ଚଟୁଆ ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ, ଢ଼ିଙ୍କିଆ ପଞ୍ଚାୟତର ସରପଞ୍ଚ ପୀଙ୍କି ଦାସ, ବାମଦେଇପୁର ପଞ୍ଚାୟତର ସରପଞ୍ଚ ବୈଜୟନ୍ତୀ ମହାନ୍ତି, ଗଡ଼କୁଜଙ୍ଗ ପଞ୍ଚାୟତର ସରପଞ୍ଚ କବିତା ଦାସ, ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ, ବାଲିତୁଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୁ ରଞ୍ଜନ ସାମନ୍ତରାୟ, ଅଖିଳ ବଲ୍ଲଭ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ତଥା ବାଲିତୁଠ ସେବା ସମବାୟ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି, ଚାଷୀ ଯଦୁନାଥ ଖଟୁଆ, ବଟକୁଷ୍ଟ ସାହୁ,ସୁବଳ ବାରିକ, ମହେନ୍ଦ୍ର ସ୍ଵାଇଁ, ଆଲୋକ ମହାନ୍ତି, କାର୍ତ୍ତିକ ଦାସ, ନିଶାକର ସେଠି, ସୁରେଶ ରାଉତ, ପ୍ରଶାନ୍ତ ମଲ୍ଲିକ, ଶରତ ସ୍ଵାଇଁ, ଶ୍ୟାମ ସୁନ୍ଦର ରାଉତ ଓ ଶଙ୍କର ସ୍ଵାଇଁ ପ୍ରମୁଖଙ୍କ ସମେତ ବହୁ ଚାଷୀମାନେ ଯୋଗଦେଇଥିଲେ।

ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ ଫସଲ ଅର୍ଥାତ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷୟକ୍ଷତିର ଭରଣା ଏକର ପିଛା ୨୦ହଜାର ଟଙ୍କା ଓ ସମସ୍ତ ଚାଷୀଙ୍କର କୃଷି ରୁଣ ଛାଡ଼ କରିବା ପାଇଁ ଉପସ୍ଥିତ ଜନପ୍ରତିନିଧି ମାନେ ରାଜ୍ୟ ସରକାରଙ୍କ ନିକଟରେ ଏହି ସାମ୍ୱାଦିକ ସମ୍ମିଳନୀରେ ଦାବୀ କରିଛନ୍ତି।