ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୃର୍ବୁତ୍ତ

ଏରସମା, 03/05/2025, ଉତ୍କଳ voice news - utkalvoicenews.com
Article Image
ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କଲେ ଏରସମା ବ୍ଲକ ଅଧିନ ଚଟୁଆ ପଞ୍ଚାୟତର ଜନାର୍ଦ୍ଧନ ପୁର ଗ୍ରାମର ସାବିତ୍ରୀ ପ୍ରଧାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି ।ଜନାର୍ଦ୍ଧନ ପୁର ଗ୍ରାମର ସାବିତ୍ରୀ ପ୍ରଧାନ ଙ୍କ ଶଶୁର ଗତ ଏକ ତାରିଖ ଦିନ ତାଙ୍କ କଟକସ୍ଥିତ ଘରକୁ ଯାଇଥିଲେ ।ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ଛାତ ଉପର ସେଡି ଘର କବାଟ ଭାଙ୍ଗି, ଗୁରୁବାର ବିଳମ୍ବିତ ରାତ୍ରରେ ଘର ଭିତରକୁ ପଶି ଗଡରେଜରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଯାଇଛନ୍ତି ।ଥାନାରେ ଅଭିଯୋଗ ଅନୁସାରେ ସୁନାର ମୂଲ୍ୟ ପାଖାପାଖି ଷୋଳ ଲକ୍ଷ ଟଙ୍କା ବୋଲି ଅଭିଯୋଗ ହୋଇଛି । ଅଭିଯୋଗ କାରିଣୀ ସାବିତ୍ରୀ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି କୁଜଙ୍ଗ ପୋଲିସ ଶୁକ୍ରବାର ଦିନ ଅପରାହ୍ନରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଶନିବାର ଦିନ ଥିବା ଦଶ ଘଟିକା ସମୟରେ ସାଇଣ୍ଟିଫିକ ଟିମ ଓ କୁଜଙ୍ଗ ପୋଲିସ ତରଫରୁ ତଦନ୍ତ ଚାଲିଛି। ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରୁଥିବା ବେଳେ କୁଜଙ୍ଗ ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ଖବର ଲେଖା ହେବା ପୃର୍ବରୁ ଚୋରି ହୋଇଥିବା ଜିନିଷ ଓ ଜିନିଷ ନେଇଥିବା ଦୁର୍ବୁତ୍ତଙ୍କ କିଛି ସନ୍ଧାନ ମିଳି ପାରିନାହିଁ।
1