ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବି

ଏରସମା, 03/05/2025, ଉତ୍କଳ voice news - utkalvoicenews.comଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବି:
Article Image
ଶ୍ରୀପର୍ଣ୍ଣା ଦୃଢ଼ ଇଚ୍ଛାଶକ୍ତି,ପ୍ରଚଣ୍ଡ ଆତ୍ମବିଶ୍ବାସ, ଓ କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳମନ୍ତ୍ର।ଆଉ ଏହି ତିନୋଟି ମନ୍ତ୍ରଙ୍କୁ ପାଥେୟ କରି ଏହି ସଫଳତା ପାଇଛି ବୋଲି ୯୫ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରୀପର୍ଣ୍ଣା ରାଉତ କହିଛନ୍ତି। ବିଦ୍ୟାମନ୍ଦିରେ ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିବା ମେଧାବୀ ଛାତ୍ରୀ ଶ୍ରୀପର୍ଣ୍ଣା ରାଉତ ୬୦୦ରୁ ୫୬୫ ନମ୍ବର ରଖିଛନ୍ତି। ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି।ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁରୁ ପଞ୍ଚାୟତ ଚନ୍ଦ୍ରଘଟି ଗ୍ରାମର ପାର୍ଥ ସାରଥୀ ରାଉତ ଓ ସୁଚିସ୍ମିତା ରାଉତଙ୍କ ଝିଅ ହେଉଛନ୍ତି ଶ୍ରୀପର୍ଣ୍ଣା। ପରୀକ୍ଷା ପାଇଁ ଦିନକୁ ସାତରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଏହି ଶ୍ରେୟ ସେ ଭଗବାନ,ନିଜ ବାପା, ମା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାକୁ ସେ ଲକ୍ଷ ରଖିଛନ୍ତି।
1