ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନବମ ଦିନରେ ପଞ୍ଚ ଠାକୁରାଣୀ ଯାତ୍ରା , ମହା ଆଡମ୍ବରରେ ମା’ଙ୍କ ଘଟ ପରିକ୍ରମା, ଉତ୍ସବ ମୁଖର ବୁଗୁଡ଼ା ସହର

ବୁଗୁଡ଼ା, 03/05/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗତ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇଥିବା ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ନବମ ଦିନରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ବାଣ ରୋଷଣୀ ସହ ବିଭିନ୍ନ ବେଶଧାରୀଙ୍କୁ ନେଇ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ମାନସିକଧାରୀ ମହିଳା ମମତା ସେନାପତି, ସବିତା ସୁବୁଦ୍ଧି, ବୈଜୟନ୍ତୀମାଳା ପାତ୍ର, ଗିରିଜା ସୁବୁଦ୍ଧି, ସସ୍ମିତା ପାତ୍ର ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର, ଥାନା ରୋଡ, ବଡଶଙ୍ଖ-ପେଟ୍ରୋଲ ପମ୍ପ, ପଞ୍ଚା ଗଳି, ଅରବିନ୍ଦ ସ୍କୁଲ, ଅରବିନ୍ଦ ନଗର-୧ମ ଓ ୨ୟ ଲାଇନ୍ , ତେଲି ସାହି, ମଦନ ମୋହନ ଛକ, ପୋଲସରା ରୋଡ ଓ ବଳଦେବ ମନ୍ଦିର ପଥ ପରିକ୍ରମା କରି ଆସ୍ଥାନକୁ ବିଜେ କରିଥିଲେ। ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ବୁଗୁଡ଼ା ସହର ଉତ୍ସବ ମୁଖରିତ ହୋଇ ଉଠିଛି । ଜନ ଗହଳି ମଧ୍ୟରେ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।
Article Image
1