ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିତୁଠ କଂଗ୍ରେସ କମିଟି ପକ୍ଷରୁ କର୍ମୀ ସମ୍ମିଳନୀ। ଏରସମା

ଏରସମା, 04/05/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଶିଶୁ ମନ୍ଦିରର ନିକଟସ୍ଥ ଝାମୁ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବାଲିତୁଠ ପଞ୍ଚାୟତର ପୃର୍ବତନ ସରପଞ୍ଚ ଅଖିଳ ବଲ୍ଲଭ ସ୍ଵାଇଁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲିତୁଠ ୪ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ଯୁବନେତା ପିନାକୀ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗକୁ ପଞ୍ଚାୟତରେ କଂଗ୍ରେସ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରି ପଞ୍ଚାୟତରେ ଦଳକୁ ଶକ୍ତିଶାଳୀ କରିବାପାଇଁ କହିଥିଲେ। ଏଥି ସହିତ ଢ଼ିଙ୍କିଆ ଚାରି ଦେଶରେ ହେବାରୁ ଥିବା ଜିନ୍ଦଲ ପ୍ରକଳ୍ପରେ ଏହି ଚାରି ନଂ ଜୋନର ପ୍ରଭାବିତ ହେବାକୁଥିବା ଅନ୍ୟ ପଞ୍ଚାୟତ ତଥା ବାଲିତୁଠ,ବାମଦେଇପୁରୁ ଚଟୁଆ ଓ ବଳେଇପୁରୁ ପଞ୍ଚାୟତର ବେକାର ଯୁବକଯୁବତୀଙ୍କ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରିବା ପାଇଁ ପ୍ରକଳ୍ପ ନିକଟରେ ଦାବି ରଖିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାଲିତୁଠ ପଞ୍ଚାୟତର କଂଗ୍ରେସ କମିଟିର ସଭାପତି ଅନୁଜ କୁମାର ରାୟ, ସଂପାଦକ ପ୍ରଭାଶ ଆଚାର୍ଯ୍ୟ,ମାନଗୋବିନ୍ଦ ଦାସ,ବିଶ୍ବମ୍ବର ମହାପାତ୍ର,ନିବାରଣ ପରିଡ଼ା,ଚନ୍ଦନ ସ୍ୱ।ଇଁ,ନିର ଜେନା,ରବିନ୍ଦ୍ର ସାହୁ,ଫକୀର ଜେନା,ବିଜୟ ଜେନା,ଅଭୟ ବେହେରା,ପ୍ରଶନ୍ନ ମିଶ୍ର,ଇନ୍ଦ୍ରଜିତ ପରିଡ଼ା,ନିବାରଣ ପରିଡ଼ା,ରାଜେଶ ଖଟୁଆ,ସଞ୍ଜୟ ସାହୁ,କିଶୋର ସାହୁ,ଆଠ ନଂ ଓ୍ବ।ଡସଭ୍ୟା ତଥା ନାରିନେତ୍ରୀ ରାନୁ ସାମନ୍ତରାୟ,ପ୍ରଭାତୀ ଜେନା,ରୀନା ପରିଡ଼ା,ସୂଜାତା ସତପଥି ,ସରିତା ଜେନାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ।
Article Image
1